ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ସରକାରୀ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରକୋଣା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ଖଟୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଆରସିସି ଏବଂ ଏବିଓ ଶ୍ରୀଧର ବେହେରା ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ଏବିଓ ଗୌରାଙ୍ଗ ମହାପାତ୍ର ଓ ହେମନ୍ତ କୁମାର ମିଶ୍ର, ଅଲସ୍ତା ଶିକ୍ଷକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ସମ୍ପାଦକ ଶଙ୍କର୍ଷଣ ଜେନା, ଜିଲ୍ଲା ସଭାପତି ବିଜୟ କୁମାର ଦ୍ବିବେଦୀ ଓ ସିଆରସିସି ଲକ୍ଷ୍ମଣ କୁମାର ସେଣ ପ୍ରମୁଖ ଶିକ୍ଷୟିତ୍ରୀ ବାସନ୍ତି ନାୟକ ଓ ଶିକ୍ଷକ ହରେକୃଷ୍ଣ ବିଶ୍ବାଳଙ୍କ ସମ୍ବର୍ଦ୍ଧନା ସଭାରେ ମଞ୍ଚାସୀନ ହୋଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଚଳନ୍ତି ଦେବତା ହେଉଛନ୍ତି ଗୁରୁଜୀ, ଗୁରୁମା ଓ ପିତାମାତା । କାଠ ପଥର ନିର୍ମିତ ମୂର୍ତ୍ତିକୁ ନଡିଆ କଦଳୀ ଦେଇ ପୂଜା କଲେ ମନରେ ହୁଏତ ଏକାଗ୍ରତା ଆସିପାରେ କିନ୍ତୁ ପିତାମାତା, ଶିକ୍ଷକ ଓ ଶିକ୍ଷିକାଙ୍କୁ ପୂଜା କଲେ ସିଧାସଳଖ ବରଦାନ ମିଳେ । ତେଣୁ ଏ ପୂଜ୍ଯ ପୂଜାର ଧାରା ବଞ୍ଚାଇ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷକ ଓ ଶିକ୍ଷିକା କୈଳାସ ଚନ୍ଦ୍ର ମାଝୀ, ଗୌରାଙ୍ଗ ଚରଣ ମୁଖି ଓ ଯମୁନା ବାରିକ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ସାରକୋଣା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.