ମୁଣ୍ଡଳୀ ରେ ବନ୍ୟାସ୍ଥିତି ସ୍ଥିର

କଟକ.୨୯।୮(ଏନ୍ ନ୍ଯୁଜ୍‌) କଟକ ଜିଲ୍ଲା ମୁଣ୍ଡଳୀ ନିକଟରେ ସନ୍ଧ୍ୟା ୭ଟା ଶୁଦ୍ଧା ବନ୍ୟାସ୍ଥିତି ସ୍ଥିର ରହିଛି। କ୍ରମଶଃ ଜଳସ୍ତର ହ୍ରାସ ପାଇବ ବୋଲି ମଣ୍ଡଳୀ ଜଳ ସମ୍ପଦ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ସକାଳୁ ହିରାକୁଦ ଜଳ ଭଣ୍ଡାରରେ ପାଣି ପହଁଚିଥିଲା। ଫଳରେ ଉପର ମୁଣ୍ଡର ଜଳସ୍ତର ବଢିବାରେ ଲାଗିଥିଲା । ମଧ୍ୟାହ୍ନ ଶୁଦ୍ଧା ଆନିକଟ ଉପର ମୁଣ୍ଡରେ ୯ ଲକ୍ଷ ୩୩ ହଜାର କ୍ୟୁସେକ ପାଣି ପାହଁଟିଥିଲା । ମୁଣ୍ଡଳୀ ଅନିକଟ ଉପର ମୁଣ୍ଡରେ ୯୪. ୩ ଫୁଟ ଓ ତଳ ମୁଣ୍ଡର ଜଳସ୍ତର ୯୨ ହୋଇଥିଲା। ମୁଣ୍ଡଳୀ ତଳମୁଣ୍ଡକୁ ଖୋଲା ଥିବା ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା। ସନ୍ଧ୍ୟା ୭ଟା ବେଳେ ଉପର ମୁଣ୍ଡ ଜଳସ୍ତର ୯୪.୫୦ ଫୁଟ ଓ ତଳ ମୁଣ୍ଡରେ ୯୨.୨୦ ଫୁଟ ହୋଇଥିଲା। ଏହି ଜଳସ୍ତର ୫ ଘଣ୍ଟା ପର୍ଯ୍ୟନ୍ତ ସ୍ଥର ରହିଥିଲା। କିଛି ଘଣ୍ଟା ସ୍ଥିର ରହିବା ପରେ ଜଳସ୍ତର ହ୍ରାସ ପାଇବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଉପରମୁଣ୍ଡର ଜଳସର ବିପଦ ସଙ୍କେତ ୯୭.୨୫ ଫୁଟ ରହିଥିବା ବେଳେ ତଳ ମୁଣ୍ଡର ବିପଦ ସଙ୍କେତ ୯୫.୦ ଫୁଟ ରହିଛି। ସନ୍ଧ୍ୟା ୬ଟା ଶୁଦ୍ଧା ମୁଣ୍ଡଳି ଠାରେ ପହଁଟିବାକୁ ଥିବା ଜଳ ୧୦ ଲକ୍ଷ ୨୦ କ୍ୟୁସେକ ମଧ୍ୟରେ ରହିବ। ବିପଦ ଶଙ୍କେତ ଠାରୁ ଯଥେଷ୍ଟ ୩ ଫୁଟ ତଳେ ରହିବ। ବିପଦର ଆଶଙ୍କା ନଥିବା ସୂଚନା ମିଳିଛି।

Leave a Reply

Your email address will not be published.