ବଜ୍ରାଘାତରେ ଯୁବକ ମୃତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧୀନ ଜାମଶୂଳି ଗ୍ରାମରେ । ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ଜାମଶୂଳି ଗ୍ରାମର ନବୀନ ଦାସ ନିଜ ଚାଷ ଜମିକୁ ସକାଳେ ଯାଇଥିଲେ । ଯିବାର କିଛି ସମୟ ପରେ ଘଡ ଘଡି ସହ ବର୍ଷା ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ନବୀନ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ପରେ ନବୀନ ଚାଷ ଜମିରେ ମରି ପଡିଥିବାର ଦେଖିବାକୁ ପାଇଥିଲେ । ମୃତ୍ୟୁ ବେଳକୁ ତାଙ୍କର ବୟସ ପ୍ରାୟ ପାଖାପାଖି ୫୦ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଇଥିଲା । ତେବେ ନବୀନଙ୍କ ମୃତ୍ୟୁ ରେ ସିଂଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ବିଧବା ପତ୍ନୀଙ୍କ ସମେତ ତାଙ୍କର ୧ ପୁଅ ଓ ୧ ଝିଅ ଅଛି । ମୃତ ଶ୍ରୀ ଦାସଙ୍କୁ ଦେଖିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.