ଆସନ୍ତା ୬ରେ କଟକ ଆସୁଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ

କଟକ, (ନାଗରାଜ ନ୍ୟୁଜ): ଆସନ୍ତା ୬ ରେ କଟକ ଆସୁଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ। ପୁରୀର ଆଦିତ୍ୟ ବାହିନୀ ପକ୍ଷରୁ ଏ ନେଇ କଟକ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସଦର ଥାନା ଅନ୍ତର୍ଗତ ଜରିପଡା ଡିଭାଇନ୍ ପ୍ୟାଲେସ୍ ଠାରେ ହିନ୍ଦୁରାଷ୍ଟ୍ର ଧର୍ମସଭାରେ ଉଦବୋଧନ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପ୍ରଥମେ ଭୁବନେଶ୍ୱର ର ରେଳଭବନରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପରେ କଟକରେ ପହଞ୍ଚି ଉଦବୋଧନ ଦେବେ। ଏହି ସମୟରେ ସମଗ୍ର ଭାରତକୁ କିପରି ଆଗାମୀ ବର୍ଷରେ ହିନ୍ଦୁରାଷ୍ଟ୍ର ଭାବେ ପୁନଃ ଗଠନ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିବେ। ସନାତନୀ ସଂସ୍କୃତି ର ରକ୍ଷା ପାଇଁ ହିନ୍ଦୁରାଷ୍ଟ୍ର ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଲୋକମାନଙ୍କୁ ମାର୍ଗଦର୍ଶନ ଦେବେ। ଜଗତଗୁରୁ ଶଙ୍କରାଚାର୍ଯ୍ୟ କଟକରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ। ଶଙ୍କରାଚାର୍ଯ୍ୟଙ୍କ ଗସ୍ତକୁ ସଫଳ କରିବା ପାଇଁ ଗୋବର୍ଦ୍ଧନ ମଠ ଅଧିନରେ ଥିବା ଜିଲ୍ଲା ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ଏବଂ ପୀଠ ପରିଷଦର ସମସ୍ତ ସେବକମାନେ ନିବେଦନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଗୋବର୍ଦ୍ଧନ ମଠର ପଣ୍ଡିତ ମାତୃପ୍ରସାଦ ମିଶ୍ର, ରାଜ୍ୟ ମହାସଚିବ ଶୁଭେନ୍ଦୁ ସ୍ୱାଇଁ,ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published.