ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସାତକୋଶିଆରୁ ଉଦ୍ଧାର ଅସୁସ୍ଥ ହାତୀଛୁଆର ମୃତ୍ୟୁ।ଚାରିଦିନ ପୁର୍ବରୁ ହାତୀ ଛୁଆଟିକୁ ଅନୁଗୁଳ ସାତକୋଶିଆରୁ ଉଦ୍ଧାର କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା । ଏହି ଛଅ ବର୍ଷର ଅଣ୍ଡିରା ହାତୀ ଛୁଆଟିର ପାଟିରେ ଇନଫେକସନ ସହ ସେପ୍ଟିସେମିଆରେ ପିଡିତ ଥିଲା ବୋଲି ଜଣାପଡିଛି । ହାତୀ ଛୁଆଟିକୁ ଉଦ୍ଧାର କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯିବା ଦିନ ଠାରୁ ସେ କୌଣସି ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରୁନଥିଲା । ସ୍ୱତନ୍ତ୍ର ଡାକ୍ତରୀ ଟିମ ମାଧ୍ୟମରେ ତାର ଚିକିତ୍ସା ମଧ୍ୟ କରାଯାଉଥିଲା । ହାତୀଛୁଆର ମୃତ୍ୟୁ ପରେ ତାର ନମୁନା ସଂଗ୍ରହ କରାଯାଇ ଓୟୁଏଟି ପଠାଯିବା ସହ ପୋଷ୍ଟମୋର୍ଟମ କରାଯାଇଛି ବୋଲି କହିଛନ୍ତି ଡିଏଫଓ ।