5-ଟି ବିଦ୍ୟାଳୟରୁ ଖସିଲା ଛାତ, ଅଭିଭାବକ ଗୁରୁତର

ଖଇରା,(ନାଗରାଜ ନ୍ୟୁଜ): ରାଜ୍ୟ ସରକାର 5ଟି ଅଧୀନ ରେ ବିଦ୍ୟାଳୟ ଗୁଡିକ ରୂପାନ୍ତରିତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡିକ ସ୍ମାର୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ କିନ୍ତୁ ପିଲାଙ୍କ ଠାରୁ ଅଧିକ ଲାଭବାନ ହେଉଛନ୍ତି . କଂଟ୍ରାକ୍ତର ଓ ଜେଇ ଓ କିଛି ସରକାରୀ ବାବୁ, ଏକଥା ଆମେ କହୁନୁ . ଏକଥା କହୁଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗ ପଂଚାୟତ ସୁଗ ସରକାରୀ ଉଚ୍ଚ ବିଦ୍ୟାଳୟ ର ଚିତ୍ର . 5t ଅଧୀନରେ ରୂପାନ୍ତରିତ ହେଇଥିବା ବେଳେ ଗତକାଲି ଯେତେବେଳେ ସ୍କୁଲ କମିଟି ଓ ଅଭିଭାବକ ମାନଂକୁ ନେଇ ସୁରକ୍ଷା ବୈଠକ ଚାଲିଥିବା ସମୟରେ ସ୍କୁଲ ର ଛାତ ଭାଙ୍ଗି ଖସି ଜଣେ ଅଭିଭାବକ ଓ ଚାରିଜଣ ଛାତ୍ର ଆହତ ହେଇଥିଲେ . ଅଭିଭାବକ ଦୈତାରୀ ସାହୁ ହାତର ଆଙ୍ଗୁଠି ଭାଙ୍ଗିବା ସହିତ ମୁଣ୍ଡ ରେ ଗଭୀର ଆଘାତ ହେଇଥିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନସ୍ତର କରାଯାଇଛି .

Leave a Reply

Your email address will not be published.