ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୨ ମସିହା ମାଟ୍ରିକ ପରୀକ୍ଷା ଫଳ ଆଜି ବୁଧ ବାର ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟଠାରେ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଟ୍ରିକ ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ୫ ଲକ୍ଷ ୨୬ହଜାର୮୦୦ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ଏମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ହଜାର୮୪୮ଜଣ ଛାତ୍ର ଛାତ୍ରୀ ଉତିର୍ଣ୍ଣ ହୋଇଥିବା ବେଳେ. ୮୬୯୯ ପରୀକ୍ଷାରେ ଅକୃତ କାର୍ଯ୍ୟ ହୋଇଛନ୍ତି ପାସ ହାର ୯୦.୫୫% ହୋଇଛି।ଏମାନଙ୍କ ମଧ୍ୟରୁ ୨ଲକ୍ଷ ୬୦ହଜାର ୯୭୦ ଜଣ ଛାତ୍ରୀ ପାସ କରିଥିବା ବେଳେ ୨ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର ପାସ କରିଛନ୍ତି। ଛାତ୍ରୀଙ୍କ ପାସ ହାର ୯୨.୩୭ ଥିଲା ବେଳେ ଛାତ୍ର ଙ୍କ ପାସ ହାର ୮୮.୭୭। A1 ଗ୍ରେଡ ରେ ୮୧୧୯.A2 ଗ୍ରେଡ଼ ରେ..୮୪୫୦ B1 ରେ ୧ଲକ୍ଷ ୨୦ହଜାର ୩୧୨ ଜଣ ଏବଂ B2ରେ ୧ଲକ୍ଷ ୪୨ ହଜାର ୯୯୯ ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି। ଜଗତସଂପୁର ରେ ଜିଲ୍ଲା ୯୬.୩୬% ରଖି ପ୍ରଥମ ଥିଲାବେଳେ ମାଲକାନଗିରି ଜିଲ୍ଲା ୮୩.୦୩% ରଖି ସବୁଠାରୁ ପଛରେ ଅଛି। ଚାରୋଟି ସ୍କୁଲର ଫଳାଫଳ ଶୂନ୍ୟ ରହିଥିବା ବେଳେ ମାଧ୍ୟମା ପରୀକ୍ଷା ଲାଗି ୪୪୪୩ ଜଣ ଫର୍ମ ପୂରଣ କରିଥିଲେ।ସେମାନଙ୍କ ମଧ୍ୟରୁ ୮୮୦ ଜଣ ଅନୁପସ୍ଥିତି ଥିଲେ। ୩୫୫୭ ଜଣ ଉଟିର୍ଣ୍ଣ ହୋଇଛନ୍ତି A ଗ୍ରେଡ ରେ ୧,ଜଣ A୨ ରେ ୧୦୦୪ B୧ ରେ୧୩୩୩ଜଣ B୨ ରେ ୭୮୪ ଜଣ ପାସ କରିଛନ୍ତି ପାସ ହାର ୮୦.୦୬% ହୋଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ସମ୍ପର୍କରେ ସମୀକ୍ଷା କରାଯିବ। ଗତ ବର୍ଷ ଠାରୁ ଚଳିତ ବର୍ଷ ଫଲା ଫଳ ଭଲ ହୋଇଥିବା କହିଥିଲେ।ମୂଲ୍ୟାନରେ ତ୍ରୁଟି ଥିଲେ ଆସନ୍ତା ୨୦ ତାରିଖରୁ ପୁନଃ ମୁଲ୍ୟାନ ପାଇଁ ଦରଖାସ୍ତ କରିପାରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ବୋର୍ଡ ର ସଭାପତି ରାମାସିଶ ହାଜରା,ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ତରାଇ,ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ, ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.