ସଞ୍ଜୟ କୁମାର ଦାସ ବର୍ମାଙ୍କ ଜନ୍ମ ଦିନ ଅବସରରେ ଫଳମୂଳ ବଣ୍ଟନ

ପୁରୀ, (ନାଗରାଜ ନ୍ୟୁଜ): ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ,ଓଡ଼ିଶା ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ ବର୍ମାଙ୍କ ଜନ୍ମ ଦିନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ପୁରୀ ବାଲିଗୁଆଳି ସ୍ଥିତ ଆଦୃତ ଶିଶୁ ସଦନରେ ରନ୍ଧା ଖାଦ୍ୟ ସହିତ ଫଳମୂଳ ବଣ୍ଟନ, ପୁରୀ ବଳିଆପଣ୍ଡା ରୋଡ଼ ସ୍ଥିତ ମିସନାରିସ୍ ଅଫ୍ ଚାରିଟି ଖ୍ରୀଷ୍ଟ ଜ୍ୟୋତି ଆଶ୍ରମରେ ରନ୍ଧା ଖାଦ୍ୟ, ପୋଷାକ, ବୃକ୍ଷ ରୋପଣ ସହିତ ଫଳମୂଳ ବଣ୍ଟନ, ପୁରୀ E24 ହସ୍ପିଟାଲରେ ଶୁଖିଲା ଖାଦ୍ୟ ବଣ୍ଟନ, ପୁରୀ ସଦର ବ୍ଲକ ହନ୍ତୁକ ଗ୍ରାମପଞ୍ଚାୟତ ପକ୍ଷରୁ ତାଙ୍କ ଦୀର୍ଘାୟୁ କାମନା କରି ବୃକ୍ଷ ରୋପଣ କରାଯାଇଅଛି । ଏହା ସହିତ କୃଷ୍ଣ ପ୍ରସାଦ ବ୍ଲକ ଯୁବ ଛାତ୍ର ଜନତା ଦଳର ପକ୍ଷରୁ ଗୋପାଳପୁର ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରରେ ବୃକ୍ଷ ରୋପଣ ଏବଂ କୃଷ୍ଣ ପ୍ରସାଦ ବ୍ଲକ ୭ ପଞ୍ଚାୟତ ପକ୍ଷରୁ ଗବକୁଣ୍ଡ ପ୍ରାଥମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରାଯାଇଅଛି।

Leave a Reply

Your email address will not be published.