ବାହାଘର କାର୍ଡ,ଆଇସକ୍ରିମ କାଠି,ଦିଆସିଲ୍ କାଠି, ସୋଲ, କାର୍ଡବୋର୍ଡ୍,ମାଳି,ରଙ୍ଗ ଆଦିକୁ ବ୍ୟବହାର କରି ପୁରୀ ଶ୍ରୀ ମନ୍ଦିର ଓ ମନ୍ଦିର ବେଢ଼ା ତିଆରି କରିଛନ୍ତି କଟକର ସ୍ମୃତି ରଞ୍ଜନ ମହାନ୍ତି

କଟକ,(ନାଗରାଜ ନ୍ୟୁଜ): ଏବେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ପର୍ବ। ଆଉ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ମଧ୍ୟ ଆରମ୍ଭ ହୋଇସାରିଛି। ଆଉ ଇଏ ହେଉଛି ସେହି ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଏହା ଦେଖି ବୋଧହୁଏ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ଇଏ ସତସତିକା ପ୍ରକଳ୍ପ କାର୍ଯ୍ୟ ନୁହେଁ ବଂର ତାହାର ଅବିକଳ ପ୍ରତିଛବି…ଯାହାକୁ ଆର୍ଟ୍ ମାଧ୍ୟମରେ ଦର୍ଶାଇଛନ୍ତି କଟକ ବାଦାମବାଡି ଅଞ୍ଚଳର ସ୍ମୃତିରଞ୍ଜନ ମହାନ୍ତି। ଶ୍ରୀମନ୍ଦିର ଚାରିପଟେ ଥିବା ବେଢା,ପ୍ରାଚୀରକୁ ନିଜ ହାତରେ ବନାଉଛନ୍ତି ସ୍ମୃତିରଞ୍ଜନ। ଯେଉଁଥିରେ କି ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସହ ଗରୁଡ ସ୍ତମ୍ଭ, ନାଟ୍ୟ ମଣ୍ଡପ,ମନ୍ଦିର ପରିସରରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଆଦି ତିଆରି କରିଛନ୍ତି ଏହି ଉଦୀୟମାନ ଯୁବକ। ଆଉ ଏଥିପାଇଁ ବାହାଘର କାର୍ଡ,ଆଇସକ୍ରିମ କାଠି,ଦିଆସିଲ୍ କାଠି, ସୋଲ, କାର୍ଡବୋର୍ଡ୍,ମାଳି,ରଙ୍ଗ ଆଦିକୁ ଏଥିରେ ବ୍ୟବହାର କରିଛନ୍ତି ।

ସ୍ମୃତିରଞ୍ଜନ ପୁର୍ବରୁ ଏକ ଇଞ୍ଚ୍ ର ଜଗନ୍ନାଥ ଙ୍କ ଆର୍ଟ ଏବଂ ଅଢେ଼ଇ ଇଞ୍ଚ୍ ର ରଥ ନିର୍ମାଣ କରି ଗିନିଜ୍ ବୁକ୍ ଅଫ୍ ରେକର୍ଡ଼ ରେ ସୁନାମ ଆଣିଥିଲେ। ଖାଲି ଏତିକି ନୁହେଁ ବରଂ ଉତ୍ତରାଖଣ୍ଡ ର କେଦାରନାଥ ମନ୍ଦିର, ପ୍ରଭୁ ଜଗନ୍ନାଥଙ୍କ ଦଶବତାର ରୂପକୁ ଆର୍ଟ୍ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ। ଏହିଭଳି କାର୍ଯ୍ୟ କରିବା ପାଇଁ ତାଙ୍କୁ ଦୀର୍ଘ ଦିନ ଲାଗିଥିଲା। ପିଲାଟି ବେଳୁ ବିଭିନ୍ନ ଅଦରକାରୀ ସାମଗ୍ରୀରେ ଏସବୁ ପ୍ରସ୍ତୁତ କରୁଥିଲେ ସ୍ମୃତିରଞ୍ଜନ। ଲକଡାଉନ ପରେ ସବୁକିଛି ଠପ୍ ହୋଇଯାଇଥିଲା ବେଳେ ସ୍ମୃତିରଞ୍ଜନ କିନ୍ତୁ ନିଜର ଦକ୍ଷତା ବଳରେ ଆର୍ଟ୍ କରି ଲୋକଲୋଚନକୁ ଆସିଥିଲେ। ପୁଅର ଏଭଳି ଆଗ୍ରହ ଦେଖି ଘରଲୋକେ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଯାହାକି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି ସ୍ମୃତିରଞ୍ଜନ। ପୁଅର ଏଭଳି ସଫଳତା ଦେଖି ଘରଲୋକେ ବେଶ୍ ଖୁସି ହୋଇଛନ୍ତି ଏବଂ ଆଗକୁ ଆହୁରି ଅନେକ ଆର୍ଟ୍ କରିବା ପାଇଁ ପ୍ରୋତ୍ସାହନ ଯୋଗାଇଦେବେ ବୋଲି ବାପା ସୁବାଷ ମହାନ୍ତି କହିଛନ୍ତି । ରାଜ୍ୟରେ ବହୁ ପ୍ରତିଭାଧାରୀ ଉଦୀୟମାନ ଯୁବକ ଅଛନ୍ତି। ଯାହାକି ନିଜର ବଳିଷ୍ଠ ଉଦ୍ୟମରେ ସୁନାମ ଅର୍ଜନ କରୁଛନ୍ତି। ଆଉ ସ୍ମୃତିରଞ୍ଜନ ଙ୍କ କ୍ଷେତ୍ରରେ ଇଏ ହେଉଛି ଏକ ଉଦାହରଣ ସ୍ବରୂପ ।

Leave a Reply

Your email address will not be published.