ଭିଜିଲାନ୍ସ ଜାଲରେ ପୁରୀ DIC ଅଫିସରେ କାର୍ଯ୍ୟରତ ସୁପରଭାଇଜର ନାରାୟଣ ପଟ୍ଟନାୟକ

ପୁରୀ,(ନାଗରାଜ ନ୍ୟୁଜ): ଭିଜିଲାନ୍ସ ଜାଲରେ ପୁରୀ DIC ଅଫିସରେ କାର୍ଯ୍ୟରତ ସୁପରଭାଇଜର ନାରାୟଣ ପଟ୍ଟନାୟକ । ଖଦି ଓ ଗ୍ରାମ ଉଦ୍ୟୋଗ ବିଭାଗର ସୁପରଭାଇଜର ଭାବେ କାର୍ଯ୍ୟରତ । ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ନାରାୟଣ । ରତ୍ନାକର ସାହୁଙ୍କଠାରୁ ଅର୍ଥ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ନାରାୟଣ ପଟ୍ଟନାୟକ । ସବସିଡ୍ ଟଙ୍କା ରିଲିଜ୍ ପାଇଁ ଲାଞ୍ଚ ନେଉଥିବା ବେଳେ, ତାଙ୍କ ଗିରଫ କରାଯାଇଛି । ସମସ୍ତ ଟଙ୍କାକୁ ସିଜ୍ କରାଯାଇଥିବାବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

Leave a Reply

Your email address will not be published.