ନଦୀରେ ଗାଧୋଇବା ବେଳେ ବୁଡି ଯାଇ ଛାତ୍ର ମୃତ

ଖଇରା,(ନାଗରାଜ ନ୍ୟୁଜ): ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ଅଧିନସ୍ଥ କାଉପୁର ନିକଟରେ ଥିବା ସାଳନ୍ଦୀ ନଦୀ ସୀତାକୁଣ୍ତ କୁ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ଆସିଥିବା ଛାତ୍ର ପ୍ରାୟ ଆଠ ଜଣ, ଏକାଠି ହୋଇ ସୀତାକୁଣ୍ତରେ ଗାଧେଇବା ସମୟରେ ଜଣେ ଛାତ୍ର ପାଣିରେ ବୁଡିଯାଇଥିଲେ । ଏହା ଦେଖି ଅନ୍ୟ ପିଲା ମାନେ ସ୍ଥାନୀୟ ଲୋକ ମାନଙ୍କୁ ଡାକିବାରୁ ସ୍ଥାନୀୟ ଲୋକ ମାନେ ନଦୀରେ ବୁଡିଯାଉଥିବା ଛାତ୍ର ଟିକୁ ପାଣିରୁ ଉଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ମେଡିକାଲରେ ଡାକ୍ତର ପିଲା ଟିକୁ ଦେଖି ମୃତ୍ୟୁ ହୋଇଯାଇଛି ବୋଲି କହିଥିଲେ ।

ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.