ଚର୍ଚ୍ଚାରେ ନବବିବାହିତ ବର ଓ କନିଆ

ଖଇରା,(ନାଗରାଜ ନ୍ୟୁଜ): ଆଜିର ଯୁଗରେ ନିଜ ବିବାହ ଉତ୍ସବ କୁ, କିଏ କେତେ ପ୍ରକାର ର ବେଣ୍ଟବାଜା, ବରାତ, ମେଲୋଡି, ଡିଜେ ଆଦି ରେ,ବର ଶହ ବରଯାତ୍ରୀ ଆନନ୍ଦ ଉଲ୍ଲାସ ରେ ନାଚି ଝୁମି ଉଠିଥାନ୍ତି . କିନ୍ତୁ ଭବାନୀ ଶଙ୍କର ବେହେରା ଜଣେ ଆଧ୍ୟାତ୍ମିକ ଚେତନା ଓ ସବୁଜ ପରିବେଶ ସୃଷ୍ଟି ପାଇଁ, ସବୁବେଳେ ନିଜ ପ୍ରୟାସ ଜାରି ରଖିଥାନ୍ତି . ତାହା ଆଜି ସମାଜ ପାଇଁ ଏହା ଏକ ଭିନ୍ନ ସ୍ୱାଦ ବୋଲି,ବାଲେଶ୍ଵର ଜିଲାରେ ଉଥୁଲି ଗ୍ରାମରେ ତ୍ରିଲୋଚନ ବେହେରାଙ୍କର ଜ୍ୟେଷ୍ଠ ପୁତ୍ର ଭବାନୀ ଶଙ୍କର ବେହେରା ଓ ଜୁସଟିପୁର ଗ୍ରାମରେ ହରେନ୍ଦ୍ର ମହାନ୍ତି ଙ୍କର ମଝିଆ କନ୍ୟା କସ୍ତୁରୀ ମହାନ୍ତି ଙ୍କ ଶହ ବୈଦିକ ରୀତିନୀତି ଅନୁଯାଇ ବିବାହ ବାଲେଶ୍ୱର ରାମେଶ୍ୱର ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା . ଏକ ନିଆଁରା ନିଜର ପ୍ରୟାସ ଆଜିର ସମାଜରେ . ଆଧ୍ୟାତ୍ମିକ ଚେତନାର ପ୍ରସାର ଓ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ପାଇଁ,ବର ଓ କନ୍ୟାଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତ ଓ ତୁଳସୀ ଗଛ ବଣ୍ଟନ କରାଯାଇଥିଲା . ଏହା ଦେଖି ଆଖପାଖରେ ଓ ଉକ୍ତ ଅଞ୍ଚଳ ରେ ସମସ୍ତ ଲୋକ ଓ ଆତ୍ମୀୟସଜନ ବନ୍ଧୁବାନ୍ଧବ ମାନେ, ଦୁହେଁ କୁ ଖୁବ ପ୍ରଶଂସା କରିବା ସହିତ, ସେମାନଙ୍କର ଦାମ୍ପତ୍ୟ ଜୀବନ ଅତି ମଙ୍ଗଳମୟ ହେବା ଶହ ଆଶ୍ରିବାଦ କରିଥିଲେ . ତେଣୁ ଏହା ସମାଜ ପାଇଁ ଓ ଆଜିର ଯୁବଗୋଷ୍ଠୀ ଙ୍କ ପାଇଁ ଉଦାହରଣ ବୋଲି ସାଧାରଣ ରେ କୁହାଯାଇଛି .

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.