ଡାକ୍ତର ହେବି ଗରିବ ମାନଙ୍କୁ ମାଗଣାରେ ଚିକିତ୍ସା ଦେବି

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନାଇକୁଡି ପଂଚାୟତ ବାୟା ଗ୍ରାମର ଦୀନବନ୍ଧୁ ସାହୁଙ୍କ ଝିଅ ମଧୁସ୍ମିତା ସାହୁ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ସମୁଦାୟ 600 ମାର୍କ ରୁ 560 ମାର୍କ ରଖିଛନ୍ତି । ମଧୁସ୍ମିତା ଯାଜପୁରରେ ବାପା, ମାଆ ଓ ଛୋଟ ଭାଇଙ୍କ ସହିତ ରହୁଛନ୍ତି । ସେ ଯାଜପୁର ଟାଉନ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ଅଧ୍ୟୟନ କରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ A1 ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଭବିଷ୍ୟତରେ ସେ ଜଣେ ଡାକ୍ତର ହୋଇ ଲୋକ ମାନଙ୍କର ସେବା କରିବାକୁ ଲଖ୍ୟ ରଖିଛନ୍ତି । ସଫଳତାର ସେୟ ସେ ତାଙ୍କର ବାପା, ମା, ଜେଜେ ବାପା ଓ ଘରର ସମସ୍ତ ଗୁରୁଜନ ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.