ନବୀନ ନିବାସରେ ସ୍ବାଦି‌ଷ୍ଟ ଓଡ଼ିଆ ଭୋଜନରେ ଆପ୍ୟାୟିତ ହେ‌ଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର,(ନାଗରାଜ ନ୍ୟୁଜ): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଧାନସଭାରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଥିଲେ । ବିଧାନସଭାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ । ଦିଲ୍ଲୀ ଫେରିଯିବା ପୂର୍ବରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସକୁ ନିମନ୍ତ୍ରିତ ହୋଇଯାଇଥôଲେ । ସେଠାରେ ନବୀନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ଭାଇ ନବୀନ। ମଧ୍ୟାହ୍ନ ଭୋଜନରେ ଦ୍ରୌପଦୀଙ୍କୁ ପରଷା ଯାଇଥିଲା ନିରାମିଷ ଭେଜନ । ଏଥିରେ ସ୍ବାଦିଷ୍ଠ ଓଡ଼ିଆ ଖାଦ୍ୟ ଥିଲା। ଏହି ସମୟରେ ନବୀନ ନିବାସରେ ପାରିବାରିକ ପରିବେଶ ସୃଷ୍ଟି ହୋଇଥିଲା। ଦ୍ରୌପଦୀ ମୁର୍ମୁଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା। ଦ୍ରୌପଦୀ ମୁର୍ମୁ ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ନବୀନ ନିବାସରୁ ବିମାନବନ୍ଦର ଅଭିମୁଖେ ବାହାରିଥିଲେ।

Leave a Reply

Your email address will not be published.