ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ: ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହେଲେ ସୁଭମ ସୁପ୍ରିୟା ପଣ୍ଡା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଚଳିତବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳାଫଳରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମହୁଲ ପୁଞ୍ଜି ଗାଁର ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ୬୦୦ରୁ ୫୫୦ ମାର୍କ ରଖିଛନ୍ତି । ସେ ଭୋଲେଶ୍ୱର ଧଳ ହାଇସ୍କୁଲ ଛାତ୍ରୀ । ପିଲାଟି ଦିନରୁ ତାଙ୍କର ପଢ଼ା ପ୍ରତି ଆଗ୍ରହ ଥିବା କଥା ପିତା ସୁରେଶ କୁମାର ପଣ୍ଡା, ମା’ ସବିତା ପଣ୍ଡା କହିଛନ୍ତି । ଦିନକୁ ସେ ୧୨ରୁ ଘଣ୍ଟାରୁ ୧୩ ଘଣ୍ଟା ପରିଶ୍ରମ କରନ୍ତି । ଭବିଷ୍ୟତରେ ସେ ଜଣେ ଡାକ୍ତର ହୋଇ ଲୋକ ମାନଙ୍କର ସେବା କରିବାକୁ ଲକ୍ଷ ରଖିଛନ୍ତି । ସଫଳତାର ଶ୍ରେୟ ସେ ତାଙ୍କର ବାପା, ମା, ଭଗବାନ, ଶିକ୍ଷକ ଓ ଶିକ୍ଷୟୀତ୍ରୀଙ୍କୁ ଦେଇଛନ୍ତି ।

 

Leave a Reply

Your email address will not be published.