ଟିପିସିଓଡିଲ ଓ ରେଡ଼ଟେକ ସଲୁସନ ତରଫରୁ ତୃତୀୟ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ

କଟକ,(ନାଗରାଜ ନ୍ୟୁଜ): ତୃତୀୟ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଅବସରରେ ଟିପିସିଓଡିଲ ଓ ରେଡିଟେକ ତରଫରୁ ଖାନ ନଗର ହାଇସ୍କୁଲ ଠାରେ ପ୍ରଧାନଶିକ୍ଷକ ସମାଜସେବୀ ଅକ୍ଷୟ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଓ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଗତି ମହାନ୍ତି , ସଂମ୍ମାନୀତ ଅତିଥି ରୂପେ ଡିଭିଜନ ସୁରକ୍ଷା ଅଧିକାରୀ ମଦନ ମୋହନ ମିଶ୍ରଆ , ମୁଖ୍ୟବକ୍ତା ରୂପେ ଡିଭିଜନ ସୁରକ୍ଷା ଅଧିକାରୀ ସୁଜ୍ଞାନ ମାଝୀ , ଯୁବ ସମାଜସେବୀ ସୌମ୍ୟରଂଜନ ଭୂୟାଁ , ଡିଭିଜନହେଡ ମନୋଜ ବିଶ୍ୱାଳ, ଡିଭିଜନ ସେଫଟି ହେମନ୍ତ କୁମାର ସାହୁ , ଇଂ ସିଦ୍ଧାର୍ଥ ଦାସ , ଇଂ ରଶ୍ମିରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଦ୍ୟୁତ ସୁରକ୍ଷା ଉପରେ ପିଲାମାନଙ୍କୁ ସଚେତନ କରାଇଥିଲେ । ବିଦ୍ୟୁତ ସୁରକ୍ଷା ଉପରେ ଏକ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ରାଜଶ୍ରୀ ସାହୁ , ଡ଼ଃ ସୁଜାତା ମହାପାତ୍ର , ଦିପ୍ତୀବାଲା ସାହୁ , ଦୀପିକା ବିନ୍ଧାଣି , ମିତାଲି ମହାନ୍ତି , ସନ୍ତୋଷ କୁମାର ଖୁଣ୍ଟିଆ ଓ ପ୍ରତାପ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published.