କଟକ ଜିଲ୍ଲା କଳା ସଂସ୍କୃତି ସଙ୍ଘ ପୁନର୍ଗଠିତ

କଟକ,(ନାଗରାଜ ନ୍ୟୁଜ): ଜ଼ିଲ୍ଲା କଳା ସଂସ୍କୃତି ସଂଘ ପୁନର୍ଗଠନ ନିମନ୍ତେ ଆଜି ଜ଼ିଲ୍ଲା କଳା ସଂସ୍କୃତି ସଙ୍ଘ, କଟକ ର କାର୍ଯ୍ୟକାରୀ ବୈଠକ ଜ଼ିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ସଂସ୍କୃତି ପରିଷଦ ସଭାପତି, ଡ଼ା ଭବାନୀ ଶଙ୍କର ଚୟନୀଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହେଇଯାଇଛି | ଏହି ବୈଠକ ରେ ଜ଼ିଲ୍ଲାର ପ୍ରତ୍ୟେକ ବ୍ଲକ ର BKSS ର ଉପସଭାପତି ମାନେ ଯୋଗଦାନ କରିଥିଲେ | ଜ଼ିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଙ୍କ ସମ୍ପାଦନା ରେ ଉକ୍ତ ବୈଠକ ରେ ଜ଼ିଲ୍ଲାର କଳାକାର ମାନଙ୍କୁ କଳା ପରିବେଷଣ ଓ ପ୍ରୋତ୍ସାହନ ଯୋଗାଇ ଦେବା ଉପରେ ଜ଼ିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ |ଜ଼ିଲ୍ଲା ସ୍ତରରେ ଏକ ସଂଯୋଜନା କମିଟି ଗଠନ ପୂର୍ବକ ବିଭିନ୍ନ ବିଭାଗ ରୁ IEC ଫଣ୍ଡ ଯୋଗାଡ଼ କରି ଏକତ୍ରିକରଣ କରିବା ପାଇଁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ | ମିଶନ ଶକ୍ତି,କଳାକାର ସଂଘ ଓ ରୂପାନ୍ତରିତ ବିଦ୍ୟାଳୟ ର ମିଳିତ ସହଯୋଗ ରେ ଜ଼ିଲ୍ଲାର କଳା ପାରଦର୍ଶିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜ଼ିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ |

ପରିଶେଷରେ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ନିର୍ବାଚନ ହୋଇଥିଲା |ଏଥିରେ ଶ୍ରୀ ଜ୍ଞାନ ପ୍ରିୟ କାନୁନଗୋ ସର୍ବସମ୍ମତି କ୍ରମେ ଜ଼ିଲ୍ଲା ଉପ ସଭାପତି ଭାବେ ନିର୍ବାଚିତ ହୋଇଥିଲେ | ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୀତା ପାତ୍ର ଡେପୁଟି କଲେକ୍ଟର ରାଜସ୍ବ ପ୍ରିୟଦର୍ଶିନୀ ଜେନା ଡେପୁଟି କଲେକ୍ଟର ଜୁୁଡ଼ିସିଆଲ, ଅତିରିକ୍ତ ପ୍ରକ୍ଳପ ନିର୍ଦ୍ଦେଶକ ବିଶ୍ୱରାଜ୍ ନାୟକ, ଜିଲ୍ଲା ମିଶନ ଶକ୍ତି ସଂଯୋଜିକା, ଜିରୋ ଏଫ୍ ସଂଜୋଜିକା ଓ ଜିଲ୍ଲା କାର୍ଯ୍ୟାଳୟ ଡ୍ରାମାକ୍ଟିଭ କ୍ଳବ୍ ତଥା ଷ୍ଟାଫ କମିଟି ସଭାପତି ଶ୍ରୀ ବିଶ୍ୱମୋହନ ମହାପାତ୍ର,ସମ୍ପାଦକ ବିଭୁତି ଭୂଷଣ ମହାପାତ୍ର, ରାଜେଶ ସୁବୁଦ୍ଧି,ଗୁରୁଗୋବିନ୍ଦ ଦଳାଇ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published.