ରାସ୍ତା ନ ଥିବାରୁ ବର କନିଆ ଟ୍ରାକ୍ଟରରେ ଗଲେ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଗାଁ କୁ ନିତିଦିନିଆ ପକ୍କା ରାସ୍ତା ନାହିଁ । କାଦୁଅ ପଚପଚ ରାସ୍ତା ଯେଉଁଥିରେ ବହୁ ଅସୁବିଧାରେ ଯିବା ଆସିବା କରନ୍ତି ଲୋକମାନେ । ତେଣୁ ରାସ୍ତା ନ ଥିବାରୁ ଟ୍ରାକ୍ଟରର ଗଲେ ଗଲେ ବର କନିଆ, ଏଭଳି ଅଭାବନୀୟ ଗଟଣା ଦେଖିବାକୁ ମିଳିଛି ଜଳେଶ୍ୱର ବ୍ଲକ ନେତୁଆ ପଂଚାୟତ ସାହାପୁର ଗ୍ରାମରେ । ଉକ୍ତ ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭଗ ପକ୍ଷରୁ ଅର୍ଥ ମଂଜୁର ହୋଇ ଥିଲେ ମଧ୍ୟ ଠିକାଦାର କାମ କରୁ ନାହାନ୍ତି, ଫଳରେ ବର୍ଷା ଦିନରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସାହାପୁର ଗ୍ରାମର କନିଆ ଏବଂ ଗଡ଼ ସାହି ବାଲିଆପାଳ ଗ୍ରାମର ବର ସହିତ ବାହାଘର ଅନୁଷ୍ଠିତ ହୋଇ ଥିଲା । କନିଆ ଘରକୁ କାଦୁଅରେ ବରଗଡି ନ ଯିବାରୁ ଲୋକେ ଟ୍ରାକ୍ଟରରେ ବର କନିଆ ନେଉଛନ୍ତି । ଏଠାରେ ପ୍ରଶ୍ନ ଉଠେ ରାସ୍ତା ନିର୍ମାଣ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି, ତାହା ସୂଚାରୁ ରୂପେ କାର୍ଯ୍ୟକାରୀ ହେଉ ନ ଥିବାରୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ଯଦି ଠିକ୍ ସମୟରେ କାର୍ଯ୍ୟ ହୋଇଥାନ୍ତା ତା’ ହେଲେ ବରକନ୍ଯାକୁ ଟ୍ରାକ୍ଟର ଯଶା ଭୋଗିଵାକୁ ପଡି ନ ଥାନ୍ତା ପ୍ରାୟ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.