ଭକ୍ତ ସମାଗମରେ ବିଭିନ୍ନ ମାଉସୀ ମା ମନ୍ଦିରରୁ ବାହାରିଥିଲା ବାହୁଡ଼ା ଯାତ୍ରା

ରାଉରକେଲା,(ନାଗରାଜ ନ୍ୟୁଜ): ଆଜି ମଧ୍ୟାହ୍ନ ୧୨ ଟାରେ ପହଣ୍ଡି ଆରମ୍ଭ ହୋଇଥିଲା ପହଣ୍ଡି ଶେଷ ହେବା ପରେ ଅପରାହ୍ନ ୪ ଟାରେ ରଥଟଣା ଆରମ୍ଭ ହୋଇଥିଲା । । କେତେ ନୀତିରେ ହେଲା ବାହୁଡ଼ା ଯାତ୍ରା । ଭକ୍ତି, ପହଣ୍ଡି ଆରମ୍ଭ ହୋଇଥିଲା । ଶତାଧିକ ଭକ୍ତମାନେ ହୁଳହୁଳି ଦେଇ ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାକୁ ରୀତିନୀତିରେ ରଥାରୁଢ଼ କରାଯାଇଥିଲା ।ସେହିପରି ଆମ୍ବାଗାନ ଗୁଣ୍ଡିଚା ମନ୍ଦିରରୁ ଆରଏସପି ସିଇଓ ଅତୁନୁ ଭୌମିକ ଛେରା ପହଁରା କରିବା ପରେ ମାଉସୀ ମାଁ ମନ୍ଦିରରୁ ରଥ ଗଡ଼ିଥିଲା । ଏହି ଅବସରରେ ସେକ୍ଟର-୩ ଅହିଁରାବନ୍ଧ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଗିରିଜା ଶଙ୍କର ଦ୍ୱିବେଦୀ, ମିତ୍ରଭାନୁ ପଣ୍ଡା, ସୁଧିର ସୁ୍‌ନ୍ଦର ରାୟ,ମାୟାଧର ପ୍ରଧାନ ସମେତ ସେବାୟତ ଓ ଭକ୍ତଗଣ ଉପସ୍ଥିତ ଥିଲେ । ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ତରର୍କରା,ଫର୍ଟିଲାଇଜର ରୁ ରଥ ବାହାରି ଜଗନ୍ନାଥ ମନ୍ଦିର ଯାଇଥିଲା । ରିଂ ରୋଡ଼ ଦୁଇ ପାଶ୍ୱର୍ରେ ଶତାଧିକ ଭକ୍ତ ଉପସ୍ଥିତ ହୋଇ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ । ସେହିପରି ସହରର ଅନେକ ମାଉସୀ ମାଁ ମନ୍ଦିରରୁ ବାହାଡ଼ୁ ଯାତ୍ରା ବାହାରି ଜଗନ୍ନାଥ ମନ୍ଦିରକୁ ଯାଇଥିଲା । ବାହୁଡ଼ା ଯାତ୍ରାକୁ ନେଇ ରାଉରକେଲା ପୋଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକୁଡ଼ି କରାଯାଇଥିଲା ।

Leave a Reply

Your email address will not be published.