ଅଧର ପଣା ନୀତି

ପୁରୀ,(ନାଗରାଜ ନ୍ୟୁଜ): କାଳିଆ ସାଆନ୍ତଙ୍କ ଲୀଳା ଅପାର । ସୋମବାର ଦ୍ୱାଦଶୀ ତିଥିରେ ସିଂହଦ୍ୱାରରେ ରଥା ରୁଢ଼ ମହାପ୍ରଭୁଙ୍କ ଅଧର ପଣା ଉଚ୍ଚା ତୁମ୍ବା କୃତି । ମାତିପାତ୍ରରେ ପଣା ଭୋଗ ପରେ ହାଣ୍ଡି ଭଙ୍ଗାଯାଇଛି । ଭୋଗ ପଣା ରଥର ପର୍ଷୁ ଦେବା ଦେବୀ ଅଶରୀରି ତଥା ଚଣ୍ଡୀ ଚାମୁଣ୍ଡାଙ୍କ ଉଦେଶ୍ୟରେ ସମର୍ପଣ କରାହୁଏ । ପ୍ରତି ରଥରେ ୩ଟି ହାଣ୍ଡିରେ ପଣା ଭୋଗ କରାଯାଇଥିଲା । ପଣା ହାଣ୍ଡି ଭାଙ୍ଗିବା ଦୃଶ୍ୟ ଭକ୍ତ ଦେଖି ନିଜକୁ ଧନ୍ୟ ମନେକରିଥିଲେ । ପଣା ସବୁ ରଥ ତଳକୁ ବୋହିଯିବା ପରେ ଭକ୍ତଙ୍କୁ ଲାଗିଥିଲା, ମହାପ୍ରଭୁଙ୍କ ଦର୍ଶନ ପରେ ତାର ପାପ ହାଣ୍ଡି ଯେମିତି ଭାଙ୍ଗି ପାପ ଧୋଇହୋଇଯାଇଛି । ଅଶ୍ରୁ ପୂନ୍ୟ ନୟନରେ ଭଗବାନଙ୍କୁ ଦେଖୁଥିଲେ ଭକ୍ତ ।

Leave a Reply

Your email address will not be published.