ସ୍କୁଲ ସାମ୍ନାରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଗଣଧାରଣା

ଖଇରା, (ନାଗରାଜ ନ୍ୟୁଜ): ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଦେହୁଡି ଆନନ୍ଦ ପୁର ପଞ୍ଚାୟତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରରେ ଶାନ୍ତିପୂର୍ଣ୍ଣ ଗଣଧାରଣା ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ପିଲା ମାନେ ପାଠ ପଢ଼ିବା ରେ ନାହିଁ ନ ଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି . ତେଣୁ ଆଜି ହରେକୃଷ୍ଣ ରଣା ଙ୍କ ନେତୃତ୍ୱ ରେ ଆନନ୍ଦ ପୁର ପଞ୍ଚାୟତ ର ଅଭିଭାବକ,ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ଦିଆ ଯାଇଛି ଏହି କାର୍ଯ୍ୟ ରେ ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପତି,ଯୁବ ସମାଜ ସେବି ସଞ୍ଜୟ ମିଶ୍ର , ନାରାୟଣ ଚନ୍ଦ୍ର ପୃଷ୍ଟି, ସରୋଜ ଖୁଣ୍ଟିଆ, ଧରଣୀଧର ଜେନା ,ଜଗନ୍ନାଥ ସାହୁ ,ରବୀନ୍ଦ୍ର ଦାସ ,ଲକି ମିଶ୍ର ,ଗଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ . ତୁରନ୍ତ ମାସେ ଭିତରେ ଏହି ବିଦ୍ୟାଳୟ ରେ ଶିକ୍ଷକ ନିଯୁ୍କ୍ତି ନ କଲେ ଆଗାମୀ ଦିନ ରେ ଅନ୍ୟ ଏକ ପନ୍ଥା ଗ୍ରହଣ ଗ୍ରହଣ କରିବା ସହିତ ସମ୍ପୂର୍ଣ ବିଦ୍ୟାଳୟରେ ତାଲା ପକାଇବା ପାଇଁ ନିଷ୍ପତି ନିଆଯାଇଛି .

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.