ଶ୍ରୀକ୍ଷେତ୍ରରେ ମିଳିଲା ନୀଳାଚଳ ଅଭଡ଼ା

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଗତକାଲି ବିରାଜମାନ ହେଲାପରେ ଆଜି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ପ୍ରଥମ ଅଭଡ଼ା ବାହାରିବା ବେଳକୁ7ଟା ବାଜିଥିଲା ଯାହାକୁ ନୀଳାଚଳ ଅଭଡ଼ା କୁହାଯାଇଥାଏ। ମାଉସୀ ଘରୁ ଫେରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ସୁଭଦ୍ରା ଓ ବଡଭାଇ ବଳଭଦ୍ର ମାଲଷ୍ମୀ ଠାକୁରାଣୀଙ୍କ ହାତରନ୍ଧା ମହାପ୍ରସାଦ ସେବନ କରିଥିଲେ। ଏହି ନୀଳାଚଳ ଅଭଡ଼ା ପାଇବା ପାଈଁ ଆନନ୍ଦାବଜାର ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସବୁଦିନ ଅପେକ୍ଷା ଆଜିର ଅଭଡ଼ା ଦର ଅଧିକ ଥିଲେ ମଧ୍ୟ ଭକ୍ତମାନେ ଏହି ମହାପ୍ରସାଦ ଟିକିଏ ପାଇବାପାଇଁ ଦିନ 12ଟାରୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ରାତି7ଟା ପର୍ଯ୍ୟନ୍ତ ଅପେକ୍ଷା କରି ମହାପ୍ରସାଦ ପାଇ ମହାଆନନ୍ଦରେ ଘରକୁ ଫେରୁଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published.