ମହୁଚାଷ ପ୍ରଶିକ୍ଷଣ

ବାଙ୍କୀ,(ନାଗରାଜ ନ୍ୟୁଜ): ଆଜି ବାଙ୍କୀ ବ୍ଲକ ଓସ୍ତିଆ ପଞ୍ଚାୟତ ଭବନ ଠାରେ ଗ୍ରାମ ଉଥାନ ନାମକ ଏକ ସଂସ୍ଥା ପକ୍ଷରୁ ମହୁଚାଷ ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସ୍ଥାନୀୟ ଅଞ୍ଚଳର ପନ୍ଦରରୁ ଉର୍ଦ୍ଧ ମହିଳା ସ୍ଵଂୟସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ । ଏଥିସହ ବାଙ୍କୀ ଏଗ୍ରିକଲଚର ଅଧିକାରୀ ଡିଓ ସୁବ୍ରତ କୁମାର ପାଢ଼ୀ ମୁଖ୍ୟ ଅତିଥଭାବେ ଯୋଗଦେବା ସହ ଓସ୍ତିଆ ପଞ୍ଚାୟତର ସରପଞ୍ଚ ଆରତ ବନ୍ଧୁ ବେହେରା ମିଶନ ଶକ୍ତି ସଭାପତି ମମତା ବେହେରା, ଉକ୍ତ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଅଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାଦ୍ୟୁରା ଗ୍ରାମର ବିଭିନ୍ନ ଗୋଷ୍ଠୀର ମହଳାମାନେ କିଭଳି ସ୍ବାବଲମ୍ବୀ ହୋଇପାରିବେ ଦି ପଇସା ରୋଜଗାର କରିପରିବେ ଏହାର ଲକ୍ଷ୍ୟ । ମହିଳା ମାନେ ବେଶ ଆଗ୍ରହ ପ୍ରକାଶ କରିଛନ୍ତି ।ସେପଟେ କୃଷି ଅଧିକାରୀ କହିଛନ୍ତି ତାଙ୍କର ଦାୟିତ୍ଵ ରହିଛି ଏହାକୁ ତଦାରଖ କରିବେ । ଆଉ ଯାହା ସରକାରୀ ବ୍ୟବସ୍ଥା ରହିଛି ତାହା ଯୋଗାଇଦିଯିବ ବୋଲି ।

Leave a Reply

Your email address will not be published.