ତେଲୁଗୁ ସାହିରେ ଦିନ ଦୁଇ ପ୍ରହରରେ ମହିଳାଙ୍କୁ ହତ୍ୟା

କଟକ, (ନାଗରାଜ ନ୍ୟୁଜ): ଓଡ଼ିଆ ବଜାର ସ୍ଥିତ କୁତା ଖାଇ ଗଳି ତେଲୁଗୁ ସାହିରେ ଦିନ ଦୁଇ ପ୍ରହରରେ ହତ୍ୟା। ବି ଆପା ରାଓ ଙ୍କ ସ୍ତ୍ରୀ ବି ଗୁଣ ବତି ବୟସ 38 ଘରେ ଏକା ଥିବା ବେଳେ କୌଣସି ଦୁର୍ବୃତ୍ତ ଘରେ ପଶି ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହେଉଛି।ଦିନ ଦୁଇଟା ବେଳେ ତାଙ୍କ ସ୍ଵାମୀ ଘରକୁ ଖାଇବାକୁ ଆସିବା ବେଳେ ଘରେ ରକ୍ତ ଯୁଡୁ ବୁଡ ଅବସ୍ଥାରେ ତାଙ୍କ ସ୍ତ୍ରୀକୁ ଦେଖି ସାହି ପଡ଼ିଶାରେ ଖବଦେଇ ପୋଲିସ କୁ ଖବର କରିଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବ ଛେଦ ଲାଗି କଟକ ମେଡିକାଲ ପଠାଇଛି ।ଅନ୍ୟପଟେ ଏସିପି ,ଲାଲବାଗ ଥାନା ଆଇ ଆଇ ସି ଏବଂ ସାଇନ୍ତିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତକ ଜଣକ ସାହିରେ ଥିବା ପରିବା ଦୋକାନରୁ ପରିବା କିଣିଥିବା ସାହି ଲୋକେ କହିଛନ୍ତି।

Leave a Reply

Your email address will not be published.