୧୮-୫୯ ବର୍ଷ ବୟସ ବର୍ଗଙ୍କୁ ପ୍ରିକସନାରୀ ଡୋଜ ଟୀକାକରଣ ଆରମ୍ଭ

ପୁରୀ,(ନାଗରାଜ ନ୍ୟୁଜ) ପୁରୀ ସହର ସ୍ଥିତ କମଳା ଦେବୀ ମାତୃମଗଂଳ କେନ୍ଦ୍ର ଠାରେ ଆଜିଠାରୁ ୧୮-୫୯ ବୟସର ବ୍ୟକ୍ତି ମାନଙ୍କୁ କୋଭିଡର ପ୍ରିକସନାରୀ ଡୋଜ ଟୀକାକରଣ ଆରମ୍ଭ ହୋଇଛି। ଏହି ଟୀକାକରଣକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଶୁଭାରମ୍ଭ କରିବା ସହ ଏହି ବର୍ଗର ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ପାଇଁ ବିନା ମୂଲ୍ୟ ରେ ଟୀକାକରଣ ପାଇଁ ସରକାର ବ୍ୟବସ୍ଥା କରିଥିବାରୁ ଏହାର ସୁବିଧା ନେବାକୁ ଅନୁରୋଧ କରିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ସୁଜାତା ମିଶ୍ର ଏହି ଟୀକାକରଣ ଆଗାମୀ ସେପ୍ଟେମ୍ବର ୩୦ ଅର୍ଥାତ ୭୫ ଦିନ ପାଇଁ ଜାରି ରହିବ ବୋଲି କହିଥିଲେ। ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ଉପସ୍ଥିତ ରହି ଟୀକାକରଣ ବ୍ୟବସ୍ଥା କୁ ଅନୁଧ୍ୟାନ କରିଥିଲେ।ଆଜି କମଳା ଦେବୀ ମାତୃମଗଂଳ ସହ ଚନ୍ଦନ ହଜୁରୀ , ସ୍ୱର୍ଗଦ୍ଵାର,ଦୋଳବେଦୀ କୋଣ, ଓ ପେଣ୍ଠ କଟା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ କରାଯାଇଥିଲା।ଜିଲ୍ଲା ର ମୋଟ ୧୧,୪୩,୫୧୩ ଜଣଙ୍କୁ ଟୀକାକରଣ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ପ୍ରତ୍ୟେକ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏହି ଟୀକାକରଣ କରାଯାଉଛି ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published.