ଧବଳେଶ୍ଵର ପୀଠରେ ଜଳଲାଗି କରିବେ କାଉଡିଆ ଭକ୍ତ

କଟକ,(ନାଗରାଜ ନ୍ୟୁଜ): ଦୁଇ ବର୍ଷର ବ୍ୟବଧାନ ପରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରଙ୍କ ପାଖରେ ଜଳଲାଗି କରିବେ କାଉଡିଆ ଭକ୍ତ। ହେଲେ ଧବଳେଶ୍ବରଙ୍କ ପୀଠକୁ ବାହୁଙ୍ଗି ମନା । ଝୁଲାପୋଲ ପୂର୍ବରୁ ବାହୁଙ୍ଗି ରଖି କେବଳ କଳସ ନେଇ ପୀଠକୁ ଯାଇପାରିବେ ଶ୍ରଦ୍ଧାଳୁମାନ। ବାହୁଙ୍ଗି ନେବା ଉପରେ କଟକଣା ଲଗାଇଲା ପ୍ରଶାସନ। କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଶ୍ରାବଣ ମାସରେ କାଉଡିଆ ମାନଙ୍କ ପାଇଁ ନିଷେଧ ଥିଲା ଧବଳେଶ୍ଵର ପୀଠ । ଚଳିତ ବର୍ଷ ଶ୍ରାବଣ ମାସରେ କାଉଡିଆ ମାନଙ୍କ ପାଇଁ ଖୁସିର ଖବର, ମାନସିକ ପାଣି ଧରି ଆସିପାରିବା ସହ ପାଣି ମଧ୍ୟ ଢାଳି ପାରିବେ। ଭିଡକୁ ଦୃଷ୍ଟିରେ ରଖି ବାହୁଙ୍ଗି କଟକଣା ଉପରେ ପ୍ରସାଶନିକ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ। ଚଳିତ ବର୍ଷ କାଉଡିଆଙ୍କ ପାଣି ଢାଳିବା ପାଈଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଈଛି ବୋଲି ଉପଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published.