ଜଳସେଚନ ବିଭାଗ ଦ୍ବାରା ଆମ୍ବହତା କେନାଲ ତଦନ୍ତ

ଖଇରା,(ନାଗରାଜ ନ୍ୟୁଜ): ଚାଷ କ୍ଷେତ୍ରକୁ ଜଳସେଚନର ସୁବିଧା ନିମନ୍ତେ ରାଜ୍ୟ ଜଳସେଚନ ବିଭାଗ ତରଫରୁ କେନାଲ ଖୋଳା ଯାଇଛି । ହେଲେ ଏପର୍ଯ୍ୟନ୍ତ ଖୋଳା ସମ୍ପୂର୍ଣ୍ଣ ହେଉନାହିଁ । ଏପରିକି ଏକ ଘଟଣା ଦେଖାଯାଇଛି ଆମ୍ବହତା ଠାରୁ ବାଲେଶ୍ଵର ଜିଲ୍ଲା ନୂଆପାଢୀ ପର୍ଯ୍ୟନ୍ତ ଯାଇଥିବା ଖୋଳା ଚାଲିଥିବା କେନାଲ କ୍ଷେତ୍ରରେ । ବର୍ଷ ବର୍ଷ ଧରି ଖୋଳା ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ନହେବା ବଡ଼ ଦୁଃଖର ବିଷୟ । ସେଥିମଧ୍ୟରୁ ବଡ଼ ଦୁଃଖ ବିଷୟ ହୋଇଛି କୁପାରୀ-ଔପଦା ପର୍ଯ୍ୟନ୍ତ କେନାଲ । ଠିକାଦାରଙ୍କ ମନମୁଖିରେ ଚାଲିଛି କେନାଲ ଖୋଳା । ଏବାବଦରେ ସ୍ଥାନୀୟ ଜନସାଧାରଣ ବାରମ୍ବାର ବିଭାଗୀୟଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ । ଖବରପାଇ ରାଜ୍ୟ ସରକାରଙ୍କ ଜଳସେଚନ ବିଗ ଭାଗ ତରଫରୁ ବିଭାଗୀୟ ଅତିରିକ୍ତ ସଚିବ ଅନୁ ଗର୍ଗ ହଠାତ୍ ଗତ ତା ୧୫/୭/୨୨ ରିଖ ଶୁକ୍ରବାର ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଚାଲିଥିବା ଆମ୍ବହତା କେନାଲ ପରିଦର୍ଶନରେ ଆସିଥିଲେ । ଜଳସେଚନ ବିଭାଗର ବିଭିନ୍ନ ଅଧିକାରୀଙ୍କ ସମେତ ମାନ୍ୟବର ଅତିରିକ୍ତ ସଚିବ ସାରକୋଣା ଠାରେ ହୋଇଥିବା ଘାଇ ସହିତ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । କେନାଲ କାମ ନିମ୍ନମାନର ହୋଇଥିବାର ଜଣାପଡିଥିଲା । ନିମ୍ନମାନର କାର୍ଯ୍ୟ ନେଇ ଠିକାଦାରଙ୍କ ସହିତ ଅନେକ ସମୟରେ ସ୍ଥାନୀୟ ଲୋକଙ୍କ ହେଉଥିବା ତଦନ୍ତକାରୀ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ଜନସାଧାରଣ ତଦନ୍ତକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ସ୍ଥାନୀୟ ତହସିଲଦାର ମହେନ୍ଦ୍ର କୁମାର ବେହେରା ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.