ଚାନ୍ଦବାଲି ନିକଟରେ ଅଶାନ୍ତ ସମୁଦ୍ର

ଖଇରା,(ନାଗରାଜ ନ୍ୟୁଜ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଚନ୍ଦିନିପାଳ ରେ କୂଳ ଲଂଘି ମାଡି ଆସୁଛି ଉଚ୍ଚ ଜୁଆର ଢେଉ । ଚନ୍ଦିନିପାଳ ଜେଟି ଡେଇଁ ଶୁଖୁଆ ଖଳାରେ ପସିଲା ଲୁଣାପାଣି । ଭାସିଗଲା ଟନଟନ ଶୁଖୁଆ । ଶହଶହ ଘର ପାଣି ଘେରରେ ବୈତରଣୀ ଓ ସାଳନ୍ଦୀ ଉଛୁଳି ଗାଁରେ ପସିଲା ଜୁଆର ପାଣି । ଶହଶହ ଏକର ଚାଷଜମି ଜଳମଗ୍ନ । ଧାନତଳି ପଚିବା ଆଶଙ୍କାକୁମ୍ଭୀର ଭୟରେ ଯାତାୟତ ଠପ ଲଘୁଚାପ ପ୍ରଭାବରେ ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲିସ୍ଥିତ ଧାମରା ଠାରେ ବାରମ୍ବାର ଅଶାନ୍ତ ହୋଇପଡିଛି ସମୁଦ୍ର। ସମୁଦ୍ରରୁ ଉଚ୍ଚ ଜୁଆରଢେଉ ଉଠିବା ଫଳରେ କୂଳ ଲଂଘି ଚନ୍ଦିନିପାଳ ଠାରେ ଶୁଖୁଆ ଖଳା ସହ ଶତାଧିକ ଘରେ ଲୁଣାପାଣି ମାଡିଯିବାରୁ ଖଳାରେ ଥିବା ଲକ୍ଷାଧିକ ଟଙ୍କାର ଟନଟନ ଶୁଖୁଆ ଭାସିଯାଇଛି । ସେହିପରି ଉଚ୍ଚ ଜୁଆର ଢେଉରେ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳି ଶୀତଳପୁର, ପାଲଟପୁର, ସାନପଙ୍କି, କୁଲିବିନ୍ଧା, ଗରିପୁର ଆଦି ଗାଁରେ ଜୁଆରପାଣି ଲହଡି ଭାଙ୍ଗୁଛି । ବିଶେଷକରି ଶୀତଳପୁର ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରୁ ଜୁଆରପାଣି ପ୍ରବାହିତ ହେଉଥିବାରୁ ବିଭିନ୍ନ ସମୟରେ ସାଳନ୍ଦୀନଦୀରେ ଥିବା ବଡବଡ କୁମ୍ଭୀର ଶୋଇ ରହୁଛନ୍ତି। ଭୟରେ ଗାଁ ଲୋକଙ୍କ ଯାତାୟତ ଠପ ହୋଇଯାଇଥିବା ବେଳେ ଭୟରେ ନଇକୂଳିଆ ଲୋକ ଘର ଛାଡି ଅନ୍ଯତ୍ର ଆଶ୍ରୟ ନେଇଥିବା ଗ୍ରାମବାସୀ କହିଛନ୍ତି। ରାସ୍ତାରେ ଜୁଆର ସମୟ ଠାରୁ ଭଟା ପର୍ଯ୍ଯନ୍ତ ସମୁଦ୍ରପାଣି ଲହଡି ମାରିବା ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ନଯାଇ ଘରେ ରହୁଛନ୍ତି। ସେହିପରି ନଈକୂଳରେ ବସବାସ କରୁଥିବା ୨୦ରୁ ଉର୍ଦ୍ଧ ପରିବାର ଭୟରେ ଜୀବନ ବିତାଉଛନ୍ତି। କିଛିଦିନ ତଳେ ନଦୀବନ୍ଧ ଧସିଯିବା ସହ ଭୂସ୍ଖଳନ ହେବାରୁ ୫ଟି ପରିବାର ବାସହରା ହୋଇଯାଇଥିଲେ। ଏବେ ସମୁଦ୍ର ଜୁଆର ପାଣି ଦୁର୍ବିସହ କରିଛି। ଏହାସହ ଶହଶହ ଏକର ଧାନତଳି କ୍ଷେତରେ ପାଣି ମାଡିଯାଇ ଗତ ୨ଦିନ ହେବ ଲହଡି ଭାଙ୍ଗୁଥିବାରୁ ଧାନତଳି ପଚିବା ଆଶଙ୍କା ଦେଖାଦେଇଛି।

ବାଲେଶ୍ଵର ଜିଲ୍ଲାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.