ଭଦ୍ରକରେ ମୋଟରସାଇକେଲ ରାକେଟ ଠାବ, ୨ ଗିରଫ, ୧୦ଟି ମୋଟର ସାଇକେଲ ଜବତ

ଖଇରା,(ନାଗରାଜ ନ୍ୟୁଜ): ଭଦ୍ରକ ଗେଲପୁର ଠାରେ ଏକ ଗାଡି ଚୋରୀ ଘଟଣାର ତଦନ୍ତ କରୁ କରୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଏକ ଚୋରି ରାକେଟ କୁ ଧରିବାରେ ସଫଳ ହୋଇଛି । CCTV କୁ ଆଧାର କରି ଚୋରୀ ଗାଡିକୁ ଧରିବା ପାଇଁ ପୁଲିସ ତଦନ୍ତ କରୁଥିବା ବେଳେ ଏହି ରାକେଟ ବିଷୟରେ ଜାଣିବାକୁ ପାଇଲେ। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମୟୁରଭଞ୍ଜ ଓ ଆଉଜଣେ ଭଦ୍ରକର ଗେଲପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଏମାନଙ୍କ ଠାରୁ ୧୦ ଟା ବାଇକ ଉଦ୍ଧାର କରାଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରାଯାଇଛି ତଦନ୍ତ ଜାରି ରଖିଥିବା ପୁଲିସ କହିଛି ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.