ଆରଡି ପୀଠକୁ ସ୍ବଚ୍ଛତା ରଖିବା ପାଇଁ ଜିଲା ପ୍ରଶାସନର ନିଆରା ପ୍ରୟାସ

ଖଇରା,(ନାଗରାଜ ନ୍ୟୁଜ): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠକୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ହଜାର ହଜାର ଭକ୍ତ ଓ ପର୍ଯଟକ ଆସିଥାନ୍ତି। ଏହି ପୀଠର ସ୍ବଚ୍ଛତା ଆଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଶନିବାର ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ତତ୍ତ୍ବାବଧାନରେ “ଆମ ଆରଡି କେଡେ ସୁନ୍ଦର ରଖିବା ତାକୁ ସଫା ସୁତର ” ଏପରି ନାରାରେ ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କୁ ସଚେତନତା କରା ଯାଇଥିଲା। ଏହି ସ୍ବଚ୍ଛତା ଅଭିଯାନରେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ଯାନେଜିଂଟ୍ରଷ୍ଟି ମନୋଜ ପାତ୍ର, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣୀ ନାୟକ, ଜିଲା ପରିମଳ ବିଭାଗୀୟ ଅଧିକାରୀ, ଚାନ୍ଦବାଲି ବିଡିଓ, ତହସିଲଦାରଙ୍କ ସହ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ଓ ଅଧ୍ଯାପକ ଯୋଗ ଦେଇଥିଲେ। ଏଥିରେ ଜାତୀୟ ସେବା ଶିବିରର ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି ସ୍ବଚ୍ଛତା ଅଭିଯାନ ଆରଡି ପଞ୍ଚାୟତ କାର୍ଯ୍ଯାଳୟରୁ ବାହାରି ସମଗ୍ର ପୀଠ ପରିକ୍ରମା କରିବା ସହ ସମସ୍ତ ବର୍ଗର ଲୋକମାନଙ୍କୁ ସଚେତନତା କରା ଯାଇଥିଲା। ପରେ ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀଙ୍କ ଦ୍ବାରା ସଫେଇ କରା ଯାଇଥିଲା। ଆଗକୁ ଶ୍ରାବଣୀଯାତ୍ରା ଥିବାରୁ ପୀଠକୁ ଅଗଣିତ ବୋଲବମ ଭକ୍ତଙ୍କ ସହ ଯାତ୍ରୀଙ୍କ ସମାଗମ ହେବ ଏହାକୁ ଦୃଷ୍ଟିରେ ରଖି ପୀଠ ଯେପରି ସଫା ସୁତର ରହିବ, ସେଥିପାଇଁ ଅତ୍ଯାଧୁନିକ ବାୟ ଟଏଲଟ ସହ ସ୍ଥାୟୀ ଶୌଚାଳୟ ନିର୍ମାଣ କରା ଯାଇଥିବା ଜିଲାପାଳ ଶ୍ରୀ ବନ୍ଦୋର କହିଛନ୍ତି।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.