ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟର 57 ତମ ପ୍ରତିଷ୍ଠା ଦିବସ ପାଳନ

କଟକ,(ନାଗରାଜ ନ୍ୟୁଜ): ଆଜି କଟକ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର 57 ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଉଦଘାଟକଭାବେ ସିଡିଏ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଅନୀଲ କୁମାର ସାମଲ, ମୁଖ୍ୟ ଅତିଥିଭାବେ କଟକ ଜ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନି, ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ବିଶିଷ୍ଟ ଅତିଥି ତଥା ବିଦ୍ୟାଳୟର ଆଲମୁନି କାଦମ୍ବିନୀ ର ସଂପାଦିକା ଡ଼ଃ ଇତି ରାଣୀ ସାମନ୍ତ, ସଂମ୍ମାନୀୟ ଅତିଥି ପୂର୍ବାଅଞ୍ଚଳ ଶାନ୍ତି କମିଟି ର ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ,ପ୍ରଦୀପ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଛାତ୍ର ଜୀବନର ମଧୁର ଅନୁଭୂତିକୁ ପିଲାମାନଙ୍କ ଆଗରେ ଉପସ୍ଥାପନ କରିବା ସହିତ ପୁରାତନ ଗୁରୁ ଛାତ୍ର ସମ୍ପର୍କ ଓ ଭଲ ମଣିଷ ହେବା ପାଇଁ ବିଦ୍ୟାଳୟ ସମୟର କଥିତ ଅଧ୍ୟବସାୟ ସହିତ ପିତା ମାତା ଓ ଗୁରୁଜନ ମାନଙ୍କର ଆଶିର୍ଵାଦ ନିତ୍ୟାନ୍ତ ପ୍ରୟୋଜନ ବୋଲି ମୁଲି ଭିତ୍ତିକ ବହୁ ଉପଦେଶ ଦେଇଥିଲେ। ଖାନ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ସଭାପତିତ୍ଵ କରିଥିଲେ ।

ଏହି ଅବସରରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ସମସ୍ତ ଅତିଥି ତଥା ମୋ ସ୍କୁଲ ଅଭିଯାନ କମିଟି କୁ ଦାନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ବିଦ୍ୟାଳୟ ର ପୁରାତନ ଛାତ୍ର ତଥା କଲେକ୍ଟର ଷ୍ଟାଫ୍ କମିଟିର ସଭାପତି ନିଶ୍ୱମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପରିସରରେ ଅତିଥି ବୃନ୍ଦ ବୃକ୍ଷ ରୋପଣ କରିଥିଲେ ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published.