ଜବରଦଖଲ ଉଚ୍ଛେଦ ସମୟରେ ଅଘଟଣ

କଟକ, (ନାଗରାଜ ନ୍ୟୁଜ): କଟକ ରେହମାନ ଛକ ର ମସଜିଦ ରୋଡ ରେ ଅଘଟଣ। ଉଚ୍ଛେଦ ଚାଲିଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାରିଜଣ ଆହତ। ଆହତ ମାନଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଉଚ୍ଛେଦ ଚାଲିଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆସି ଚାରିଜଣ ଆହତ । ଦୁଇଜଣ ମହାନଗର ନିଗମର ସୁରକ୍ଷା କର୍ମୀ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ବାସିନ୍ଦା। ପ୍ରଥମ ତ ବିନା ନୋଟିସ ରେ ଆସି ଉଚ୍ଛେଦ କରିବା ଓ ପରେ ଉଚ୍ଛେଦ ସମୟରେ ବିଦ୍ୟୁତ୍ ବିଭାଗକୁ ବିନା ଖବର କରିବା ହିଁ ଆଜି ଅଘଟଣ ର ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ଆହତ ମାନଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ନିଜର ଦୁଇ ପୁଅ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆହତ ହୋଇଥିବା ବେଳେ ରୋଗଗ୍ରସ୍ତ ବାପା ଏବେ ବାହୁନି ବାହୁନି କାନ୍ଦୁଛି। ସେହିଭଳି ଅନ୍ ୱାରି ବେଗମ୍ ଙ୍କ ଘର ମଧ୍ୟ ବିଦ୍ୟୁତ୍ ତାର ଛିଡି ଯିବା ଯୋଗୁ ଜଳି ଯାଇଛି । ହେଲେ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ମହାନଗର ନିଗମର ଡେପୁଟି କମିଶନର। ସେ କହିଛନ୍ତି କି ବିଭାଗର ଦୁଇଜଣ କର୍ମଚାରୀ ହିଁ କେବଳ ଆହତ ହୋଇଛନ୍ତି। କଟକ ମହାନଗର ନିଗମର ଖାମ୍ ଖିଆଲ ମନୋଭାବ ଆଜି ଅଘଟଣର ରୂପ ନେଇଛି । ଯଦି ବିଦ୍ୟୁତ୍ ବିଭାଗ କୁ ଜଣାଇ ଯଦି ଉଚ୍ଛେଦ କରାଯାଇଥାନ୍ତା ତେବେ ଏହି ଅଘଟଣ କୁ ରୋକା ଯାଇପରିଥାନ୍ତା।

Leave a Reply

Your email address will not be published.