ସିଏମସି କାର୍ଯ୍ୟାଳୟ ଘେରିଲେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଛାତ୍ର

କଟକ,(ନାଗରାଜ ନ୍ୟୁଜ): କଟକ ମହାନଗର ନିଗମ କୁ ଘାରିଛି ଜଳବନ୍ଦୀ ସମସ୍ୟା । ସାହି ବସ୍ତିରେ ପାଣି ପଶିବା ଘଟଣା ଦେହ ସୁହା ହୋଇଥିବା ବେଳେ ଏବେ ରେଭେନ୍ସା ବିଶ୍ଵବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ରେ ନର୍ଦ୍ଧମା ପାଣି ପଶିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ର ଛାତ୍ରୀ। ଦୀର୍ଘ ୧୦ ଦିନରୁ ଉର୍ଦ୍ଧ ସମୟ ପାଣି ପଶିଥିଲେ ସୁଦ୍ଧା ମହାନଗର ନିଗମ ପକ୍ଷରୁ କୌଣସି ପଦକ୍ଷେପ ନକରାଜିବାରୁ ଆଜି ଛାତ୍ର ଛାତ୍ରୀ ମାନେ ବିଶ୍ଵ ବିଦ୍ୟାଳୟ ନିକଟରୁ ଚାଲି ଚାଲି ଆସି କଟକ ମହା ନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାପରେ କଟକ ମେୟର ସୁବାସ ସିଂ ଆସି ଛାତ୍ର ମାନଙ୍କର ସହ ଆଲୋଚନା କରିବା ସହ ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published.