ବିପଦ ସଂକେତରେ ଖାରଜି ଝାରଡ଼ିଆ ପ୍ରାଥମିକ ବିଦ୍ୟାଳୟ

ଖଇରା,(ନାଗରାଜ ନ୍ୟୁଜ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗଢିଆଳି ଗ୍ରାମ ପଞ୍ଚାୟତରେ ଏକ ଏଭଳି ଦୃଶ୍ୟ ଯାହା ନିଜେ ନ ଦେଖିଲେ ବିଶ୍ୱାସ କରିହେବନାହିଁ । ହଁ ଆଜ୍ଞା ଆମେ କହୁଛୁ ସ୍କୁଲ ପିଲାଙ୍କ ଜୀବନ ବିପଦ ସଂକେତରେ । ଖାରଜିଝାରଡ଼ିଆ ପ୍ରାଥମିକ ବିଦ୍ୟାଳୟର ଏ କାହାଣୀ ବୟାନ କରୁଛି ମରଣ ଯାନ୍ତାରେ ପିଲାଙ୍କ ଜୀବନ ଦେଖନ୍ତୁ ଏଠାକାର ସ୍କୁଲ ପରିବେଶ କେଡ ସଫା ଶୁତୁରା ହେଲେ ସ୍କୁଲ ଫାଟକରେ ରଙ୍ଗ କାମ ଚାଲିଛି ‘ସ୍କୁଲ ଗାଡେନ ବହୁତ ସୁନ୍ଦର ଲାଗୁଛି । କିନ୍ତୁ ସ୍କୁଲର ଭିତର ଟିକେ ଭଲଭାବରେ ଦେଖନ୍ତୁ ସରକାର ଯଉଠି 5-t ସ୍କୁଲ କରିବାରେ ବ୍ୟସ୍ତ ସେଠାରେ ଏଠି ଗାଁ ଗହଳି ରେ ସ୍କୁଲକୁ ପଚାରେ କିଏ. ଏଠାରେ ପିଲାଙ୍କ ମୁଣ୍ଡ ଉପରେ ଝୁଲିଛି ଛାତ ଯଦି ସ୍କୁଲ ଉପରେ ସରକାରୀ କତୃପକ୍ଷ ନଜର ଦିଅନ୍ତେ ତାହା ହେଲେ ଏହାର ସୁଧାର ହୋଇପାରିବ ।ପିଲା ମାନଙ୍କ ଅଭିଭାବକ ଏବେ ଚିନ୍ତାରେ କେତେବେଳେ ଜିବ ପିଲାଙ୍କ ଜୀବନ ତାହା କହିହେବନି ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.