ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ

କଟକ, (ନାଗରାଜ ନ୍ୟୁଜ): ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଆସନରେ ବସିବା ପରେ କଟକରେ ବିଜୟ ଉତ୍ସବ ପାଳନ କରାଯାଇଛି। ବାରବାଟୀ କଟକ,ଚୌଦ୍ବାର କଟକ ଏବଂ ସଦର ନିର୍ବାଚନମଣ୍ଡଳୀର ନେତା କର୍ମୀମାନେ ଏକାଠି ହୋଇ କଲେଜ ଛକଠାରେ ଉତ୍ସବ ପାଳନ କରିଛନ୍ତି। ବାଜା ବଜାଇ,ବାଣ ଫୁଟାଇ ଶୋଭାଯାତ୍ରା କରି ନୂତନ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାକ୍ଷୀ ବାନ୍ଧିବାର ପ୍ଲାକାର୍ଡ୍ ରେ ଦୃଶ୍ୟ ଦେଖିବାକୁ ମିଳିଥିଲା । ମହିଳା ନେତ୍ରୀ,ଯୁବ ଛାତ୍ର କର୍ମୀ ଏକାଠି ହୋଇଥିଲେ। ଆଉ ଆଜିର ଏହି ଐତିହାସିକ ଦିନ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ବିଜେଡି ନେତା ।

ତେବେ ଦଳମତ ନିର୍ବିଶେଷରେ ତାଙ୍କ ପାଇଁ ସମର୍ଥନ ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ଅଦ୍ଭୂତପୂର୍ବ ସମର୍ଥନ ହିଁ ବିଜୁ ଯୁବ ଜନତା ଦଳ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ,ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ବାଳ, ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ବରିଷ୍ଠ ନେତା ମଧୁସୂଦନ ସାହୁ ପ୍ରମୁଖ ବିଜୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଆଉ ଆଜିର ଦିନକୁ ଐତିହାସିକ ଦିନ ନ ବୋଲି କହିବା ସହ ନୂତନ ରାଷ୍ଟ୍ରପତି ଙ୍କୁ ସ୍ୱାଗତ କରିଥିଲେ।  ଦେଶର ପ୍ରଥମ ନାଗରିକ ଭାବେ ରାଷ୍ଟ୍ରପତି ପଦ ପାଇଁ ଓଡିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ସାରା ରାଜ୍ୟରେ ବିଜୟ ଉତ୍ସବ ପାଳନ କରାଯାଇଛି ।

Leave a Reply

Your email address will not be published.