ଦ୍ରୌପଦି ମୁର୍ମୁଙ୍କ ବିଜୟରେ ପୁରୀ ବିଜେପି ପକ୍ଷରୁ ଉତ୍ସବ ପାଳନ

ପୁରୀ, (ନାଗରାଜ ନ୍ୟୁଜ): ରାଷ୍ଟ୍ରପତି ନିର୍ବାଚନ ରେ ଏନ୍ ଡି ଏ ର ପ୍ରାର୍ଥୀନୀ ଦ୍ରୌପଦି ମୁର୍ମୁ ବିଜୟ ହାସଲ କରିଛନ୍ତି । ତାଙ୍କ ବିଜୟ କୁ ନେଇ ସାରା ଓଡ଼ିଶା ରେ ସେଲିବ୍ରେସନ୍ ଆରଂଭ ହୋଇଛି। ପ୍ରଥମ ଓଡିଆ ମହିଳା ତଥା ଆଦିବାସୀ ମହିଳା ଭାବେ ଦ୍ରୋପଦି ମୁର୍ମୁ ରାଷ୍ଟ୍ରପତି ଭାବେ ଜିତିଥିବାରୁ ଓଡ଼ିଶା ବାସୀ ଙ୍କ ପାଇଁ ଏହା ବେଶ୍ ଗର୍ବର ବିଷୟ । ପୁରୀରେ ମଧ୍ଯ ବିଜେପି ପକ୍ଷରୁ ସେଲିବ୍ରେସନ କରାଯାଇଛି। ବିଜେପି କର୍ମୀ, ନେତା ମାନେ ପ୍ରଥମେ ବାଜା ବଜାଇ, ପ୍ଲା କାର୍ଡ ଧରି ଶ୍ରୀମନ୍ଦିରର ଚାରି ପାଖ ପରିକ୍ରମା କରିଥିଲେ। ପରେ ସିଂହ ଦ୍ଵାର ସମୁଖ ବାଜା ର ତାଳେ ତାଳେ ନାଚି , ମିଠା ବାଣ୍ଟୀ ବିଜୟ ଉତ୍ସବ ପାଳନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଦ୍ରୌପଦୀ ମୁର୍ମୁ ଙ୍କୁ ଆଶୀର୍ବାଦ ଦିଅନ୍ତୁ ଓ ସେ ଦେଶର ଉନ୍ନତି କରନ୍ତୁ ବୋଲୀ ସମସ୍ତେ ପ୍ରାର୍ଥନା କରିଚନ୍ତି।

Leave a Reply

Your email address will not be published.