ସିଏମସିକୁ ସାତ ଦିନର ଅଲ୍ଟିମେଟମ୍ ଦେଲା ହିନ୍ଦୁ ସେନା

କଟକ,(ନାଗରାଜ ନ୍ୟୁଜ): କଟକ କାଞ୍ଜିଆ ହୁଦା ଠାରେ ବ୍ୟାପକ ଅନିୟମିତତା ଓ ଗୋ ବିକ୍ରି ଅଭିଯୋଗ ଆଣି କଟକ ମହାନଗର ନିଗମର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ହିନ୍ଦୁସେନା ସଙ୍ଗଠନ। ଅଭିଯୋଗ ଅନୁଯାୟୀ କଟକ ସତୀଚୌରା ଠାରେ ଥିବା ମହାନଗର ନିଗମର କଞ୍ଜିଆ ହୁଦା ଠାରେ ଜବତ ହେଉଥିବା ବୁଲା ଗାଈ ଓ ଷଣ୍ଢ ମାନଙ୍କର ରଖିବା ପାଇଁ ବ୍ୟବସ୍ଥା ଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ନାହିଁ ନଥିବା ଜୁଲମ୍ କରୁଥିବା ଦେଖିବାକୁ ମିଳୁଛି। ଜବତ ବୁଲା ଗାଈ ଙ୍କ ପାଇଁ 500 ଟଙ୍କା ଫାଇନ ଆଦାୟ ଥିବା ବେଳେ ମାଲିକ ମାନଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ କରାଯାଉଛି ଓ ଏହା ସହ ଗାଈ ଷଣ୍ଢ ମାନଙ୍କୁ ଠିକ୍ ସେ ଖାଇବାକୁ ମଧ୍ୟ ଦିଆଯାଉନାହିଁ। ଯାହାକୁ ବିରୋଧ କରିବା ସହ ଉକ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଗାଈକୁ ବିକ୍ରି କରୁଥିବା କର୍ମଚାରୀଙ୍କୁ ଗିରଫ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି 7 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ କାଞ୍ଜିଆ ହୁଦା ତାଲା ପକାଇବା ସହ ମହାନଗର ନିଗମର କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛି ହିନ୍ଦୁସେନା ସଂଗଠନ।

Leave a Reply

Your email address will not be published.