ଦଲକି୍ SBI ମ୍ୟାନେଜରଙ୍କ ଅଜବ ନିତୀ

ସୁନ୍ଦରଗଡ,(ନାଗରାଜ ନ୍ୟୁଜ): ଜଣେ SBIମ୍ୟାନେଜର ଗରିବ ଆଦିବାସୀ ମାନଙ୍କୁ ତିନି ଲକ୍ଷ ଟଙ୍କାର ଋଣ ଦେବା କୁ ପ୍ରତିଶ୍ରୁତି ଦେଇ LIC ପଲିସି ବିକ୍ରି କରିବା ଏବଂ ପରେ ଋଣ ପାଇଁ ଅଗ୍ରୀମ ପଚିଶ୍ ହଜାର ଟଙ୍କା ଲାଞ୍ଚ ମାଗିବା ଭଲି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଚାରିଜଣ LIC କିଣିଥିବା ଗରିବ ଆଦିବାସୀ ହିତାଧିକାରୀ। ଖବର ନେବାରୁ ଜଣାଯାଇଛି ଯେ, ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଳକ ଅଧିନରେ ଥିବା ଦଲକି୍ SBI ମ୍ୟାନେଜର ଶ୍ରୀ ବିଷ୍ନୁଚରଣ ସାହୁ ଚାରିଜଣ ଗରିବ ଆଦିବାସୀ ଙ୍କୁ LIC ପଲିସି କିଣିବାକୁ କହି ଥିଲେ। ଚାରିଜଣ ଯାକ ପିଲିସି ପ୍ରିମିୟମ ଭରିବାକୁ ଅକ୍ଷମ ପ୍ରକାଶ କରିଥିଲେ।ହେଲେ ମ୍ୟାନେଜର ତାଙ୍କୁ ତିନି ଲକ୍ଷ ଟଙ୍କାର ଋଣ କରିଦେବେ ଏବଂ ସେହି ଟଙ୍କା ରେ ଛୋଟମୋଟ ବ୍ୟବସାୟ କରି ପରିବାର ଚଳାଇବା ସହିତ ପ୍ରତିବର୍ଷ LIC ପ୍ରେମିୟମ୍ ଭରିବ କହି ପ୍ରତିଶ୍ରୁତି ଦେଇଥିଲେ, ଯାହା ଫଳରେ ନିରିହ ଗରିବ ଆଦିବାସୀମାନେ ପ୍ରଲୋଭିତ ହୋଇ ଧାର,କରେ କରି ପନ୍ଦର ହଜାର ଛଅଶହ ଟଙ୍କା ଦେଇ ମ୍ୟାନେଜର ଙ୍କ ଠାରୁ LIC ପଲିସି କିଣିଥିଲେ। କୁତ୍ରା ବ୍ଳକଅଧିନରେଥିବା ତୁନୁମୁରା ଗ୍ରାମର ପୃଥିବୀରାଜ ଲାକ୍ରା ଏବଂ ପବିତ୍ର ଟପ୍ପୋ ଏହି ଦୁଇ ଜଣ କୁତ୍ରା SBI ରେ ଥିବା ନିଜ ନିଜ account କୁ ଦଲକି୍ SBI ଟ୍ରାନ୍ସଫର କରିଥିଲେ । ସେହିପରି ଗମ୍ମାରଡିହି ଗ୍ରାମର ବିନୋଦ କୁଜୁର ଏବଂ ରାଜଗାଙ୍ଗପୁର ବ୍ଳକ ରଇକାକଛା ଗ୍ରାମର ଲକ୍ଷ୍ମୀ ଲାକ୍ରା ଋଣପାଇବା ଆଶାରେ ରାଜଗାଙ୍ଗପୁର ‌SBI ରେ ଥିବା ନିଜ accountକୁ ଦଲକି୍SBI କୁ ଟ୍ରାନ୍ସଫରକରାଇ ନେଇଥିଲେ।ପରେ ଋଣ ପାଇଁ ଆବଶ୍ୟକ କାଗଜପତ୍ର ନେଇ ଦଲକି୍ ମ୍ୟାନେଜର ପାଖକୁ ଯାଇଥିଲେ।

ସେଠାରେ କାଗଜପତ୍ର ମ୍ୟାନେଜର ଦେଖିବାପରେ ତିନି ଲକ୍ଷ ଟଙ୍କାର ଋଣ କରିବାପାଇଁ ଜଣପ୍ରତି ପଚିଶ ହଜାର ଟଙ୍କା ଅଗ୍ରୀମ ଦେଲେ ଋଣମଞ୍ଜୁର କରିଦେବି ବୋଲି କହିଥିଲେ। ଗରିବ ଖଟିଖିଆ ଆଦିବାସୀ ହିତାଧିକାରୀ ମାନେ ‌ପଚିଶହଜାରଟଙ୍କା ଅଗ୍ରୀମ ଆକାରରେ ଲାଞ୍ଚ ଦେଇ ନପାରିବାରୁ ସେମାନଙ୍କ ଋଣ ହୋଇପାରିଲା ନାହିଁ।ଋଣ ଆଶାରେ ପଲିସି କିଣିଥିଲେ ହେଲେ ଋଣ ନମିଳିବାରୁ ବର୍ତ୍ତମାନ ବିନୋଦ କୁଜୁର ଏବଂ ଲକ୍ଷ୍ମୀ ଲାକ୍ରା ପଲିସି ଭରି ପାରୁନାହାନ୍ତି। ଯାହା ଫଳରେ ପ୍ରଥମେ ‌ପନ୍ଦରହଜାର ଛଅଶହ ଟଙ୍କା ଦେଇ କିଣିଥିବା ପଲିସି ବର୍ତ୍ତମାନ ବନ୍ଦ ହୋଇଯାଇଛି। ପୃଥିବୀରାଜ ଏବଂ ପବିତ୍ର କଷ୍ଟେମଷ୍ଟେ ଧାରକରଜକରି ତାଙ୍କର ପ୍ରେମିୟମ ଭରୁଛନ୍ତି।ଏ ସମ୍ପର୍କରେ ଆମ ପ୍ରତିନିଧି ଦଲକି୍SBI ଶାଖା କୁ ଯାଇ ମ୍ୟାନେଜର ଙ୍କୁ ପଚାରିବାରୁ ସେ ଲୋକମାନଙ୍କୁ ମୁଁ ଜାଣିନି LIC ମଧ୍ୟ ବିକ୍ରି କରିନି କିମ୍ବା ଋଣବାବଦରେ ମୁଁ କୈାଣସି କଥା ହୋଇନାହିଁ।ଏ ମାନେ ମୋତେ ବଦନାମ କରିବାକୁ ଚାହୁଁଛନ୍ତି। ସେମାନଙ୍କ ନାମ ରେ ମୁଁ ଥାନାରେ କେଶ୍ କରିବି ବୋଲି ଆମ ପ୍ରତିନିଧି ଙ୍କୁ କହିଥିଲେ। ହେଲେ ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ଏହି ଗରିବ ଆଦିବାସୀ ମାନଙ୍କୁ ମ୍ୟାନେଜର ଚିହ୍ନି ନାହାନ୍ତି ତାହେଲେ ତାଙ୍କ ଠାରୁ LIC ପ୍ରେମିୟମ କିଣିବେ କିପରି। କୁତ୍ରା ଏବଂ ରାଜଗାଙ୍ଗପୁର SBI account କୁ ଟ୍ରାନ୍ସଫରକରାଇଲେ କାହିଁକି । ଗରିବ ଲୋକଙ୍କ ପ୍ରଥମ କିସ୍ତି ର ଟଙ୍କା ବର୍ତ୍ତମାନ ବୁଡିଗଲା ହେଲେ ମ୍ୟାନେଜର ତାଙ୍କର କମିସନ ଆରାମରେ ପାଇଯିବେ। ନିରିହ ଗରିବଙ୍କ ଟଙ୍କା ଏବେ ପାଣି ରେ ପଡ଼ିଲା।ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ମ୍ୟାନେଜର ଙ୍କ ଅସଲରୂପ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.