ନିଲମ୍ବନ ବିରୋଧରେ ୫୦ ଘଣ୍ଟିଆ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ରାଜ୍ୟସଭାରୁ ନିଲମ୍ବିତ ବିରୋଧୀ ପାର୍ଟିର ସାସଂଦମାନେ ସଂସଦ ଭବନ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ସାମ୍ନାରେ ସରକାରଙ୍କ ବିରୋଧରେ ୫୦ ଘଣ୍ଟିଆ ବିରୋଧ ପ୍ରଦର୍ଶନ କରିଛନ୍ତି । ବୁଧବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ଗୁରୁବାର ରାତିରେ ମଧ୍ୟ ଜାରି ରଖିଛନ୍ତି । ମଶାଙ୍କ ପ୍ରଭାବ ଯୋଗୁଁ ସାଂସଦମାନେ ରାତିରେ ମଶାରୀ ଲଗାଇ ଶୋଇଛନ୍ତି । ଆମ ଆଦମୀ ପାର୍ଟିର ନିଲମ୍ବିତ ସାଂସଦ ସଂଜୟ ସିଂହ ମଶାରୀରେ ଶୋଇଥିବା ଦେଖାଯାଉଛି । ସେହିପରି ଟିଏମ୍‌ସି ସାଂସଦ ଡେରେକ ଓ ବ୍ରାୟନ, ସୁସ୍ମିତା ଦେବ ଓ ମୌସମ ବେନଜୀର ନୁର ମଧ୍ୟ ମଶାରୀ ଭିତରେ ଶୋଇଥିଲେ ।

ତେବେ ବିରୋଧୀ ଦଳର ସାଂସଦମାନେ ମୌସୁମୀ ଅଧିବେଶନରେ ସାମିଲ ହୋଇପାରି ନ ଥିବାରୁ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ସରକାରଙ୍କ ବିରୋଧରେ ସଂସଦ ଭବନ ବାହାରେ ଧରାଣା ଦେବା ସହିତ ପ୍ରଦର୍ଶନ କରିଛନ୍ତି ।

Leave a Reply

Your email address will not be published.