ଚାରିଧାମ ଭ୍ରମଣ

ପୁରୀ,(ନାଗରାଜ ନ୍ୟୁଜ): ମଣିଷର ଆତ୍ମା ତୃପ୍ତି ଲାଭ କରିବାକୁ ହେଲେ ଠାକୁରଙ୍କ ଶରଣାଗତ ହେବାକୁ ପଡ଼େ,ଠାକୁରଙ୍କ ନିକଟରେ ଆତ୍ମା ତୃପ୍ତି ମିଳେ ।ଭାରତ ଦେଶରେ 4 ଟି ଧାମ ରହିଛି ବଦ୍ରିନାଥ,ଦ୍ବାରିକା,ରାମେଶ୍ବର ଏବଂ ଶେଷରେ ପୁରୀ ଜଗନ୍ନାଥ ଧାମ ଦର୍ଶନ କଲେ ମଣିଷ ଜୀବନ ମୋକ୍ଷ ହୁଏ ବୋଲି କଥିତ ଅଛି ।୧୨ ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି କୁହାଯାଏ । ତେଣୁ ସମସ୍ତ ମଣିଷ ଙ୍କ ଭାଗ୍ୟରେ ନଥାଏ ସବୁ ଧାମ ସହ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର । ଏମିତି ଜଣେ ଭକ୍ତ ଅଛନ୍ତି ଜିଏକି ଜିଦ୍ କରି ବାଲେଶ୍ଵର ରୁ ବାହାରିଥିଲେ ସମସ୍ତ ଧାମ ବୁଲିବେ ଏବଂ ୧୨ ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ଘରକୁ ଫେରିବେ । ସେ ହେଉଛନ୍ତି ସୁଭରାଜ୍ ରଣା,ଘର ତାଙ୍କର ବାଲେଶ୍ଵରର ମୋତିଗଞ୍ଜ ଦାମୋଦରପୁର ।ସେ ଜଣେ ସରକାରୀ କର୍ମଚାରୀ ଭାବେ କର୍ମ କରନ୍ତି,ତାଙ୍କ କର୍ମମୟ ଜଞ୍ଜାଳ ଭିତରୁ ୧ ମାସ ଛୁଟି ଆଣି ଚାରି ଧାମ ବୁଲିବାକୁ ଆସି ଶେଷରେ ପୁରୀରେ ପହଞ୍ଚି ସମୁଦ୍ରରେ ସ୍ନାନ କରିବା ପରେ ଜଗନ୍ନାଥଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି ବୋଲି କହିଛନ୍ତି । ଜୀବନରେ କେତେବେଳେ ଏହି ନିଃଶ୍ୱାସ ହଠାତ୍ ଠପ୍ ହୋଇଯିବ ତାହା କେହି କେହି କହିପାରିବେ ନାହିଁ ।ତେଣୁ ସଂସାର ଭଳି ନର୍କ ଭିତରୁ ବାହାରି ଠାକୁରଙ୍କ ଶରଣାଗତ ହୋଇ ନିଜ ଜୀବନକୁ ଅତିବାହିତ କରିବା ପାଇଁ ସୁଭରାଜ୍ ଚେଷ୍ଟା କରିଛନ୍ତି ।

Leave a Reply

Your email address will not be published.