ଚାଲିଛି ଦନ୍ତାର ଚିକିତ୍ସା

କଟକ, (ନାଗରାଜ ନ୍ୟୁଜ): ପୁଣି ଦନ୍ତା ଆହତ।କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ନରସିଂହପୁରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର।ଯେଉଁଠି ପୁଣି ଏକ ଗଜରାଜ ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି।ଦନ୍ତା ହାତୀର ବୟସ 30 ରୁ 32 ବର୍ଷ ହେବ।ହାତୀ ଦେହରେ ବାଜିଛି 6 ଉର୍ଦ୍ଧ୍ବ ଛେରରା ଗୁଳି।ସାତକୋସିଆ ୱାଇଲ୍ଡ ଲାଇଫ୍ ଡିଭିଜନ୍ ଏବଂ ନରସିଂହପୁର ର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଆଠଗଡ ବନଖଣ୍ଡର ନରସିଂହପୁର ପଶ୍ଚିମ ରେଞ୍ଜର ଆରଏଫ ଅଞ୍ଚଳରେ ଗୋଟିଏ ପୁରୁଷ ହାତୀ (ଟସ୍କର) ଚିକିତ୍ସା କରୁଛନ୍ତି।ଏହା ନରସିଂହପୁର ପୂର୍ବ ରେଞ୍ଜ ରୁ ନରସିଂହପୁର ପଶ୍ଚିମ ରେଞ୍ଜକୁ ଯାଇଥିଲା।ତିନି ଦିନ ପୂର୍ବେ ନରସିଂହପୁର ପୂର୍ବ ରେଞ୍ଜର ବ୍ରାହ୍ମଣୀ ବିଟ୍ ଅଞ୍ଚଳରେ ହାତୀଟି ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା ଏବଂ ଗତ ଦୁଇ ଦିନ ଧରି ହାତୀର ଚିକିତ୍ସା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ପଶ୍ଚିମ ରେଞ୍ଜର ବାରସିଂହା ସଂରକ୍ଷିତ ଜଙ୍ଗଲ ଠାରେ ହାତୀର ଚିକିତ୍ସା ଜାରି ରହିଛି।ଆଘାତ ଗୁଡ଼ିକ ବାମ କାନରେ ଏବଂ କାନର ପଛ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା।ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଦେଖିବାକୁ ମିଳିଛି।ଯାହାକି ଶିକାରୀଙ୍କ ଗୁଳିରେ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।ଗତ ଏକ ମାସ ପୂର୍ବେ ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଏବେ ଜଙ୍ଗଲରେ କିଏ ସୁରକ୍ଷିତ ଏବଂ କିଏ ଅସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏକଦା ଓଡ଼ିଶାର ଗର୍ବ କୁହାଯାଉଥିବା ହାତୀ ଏବେ ରାଜ୍ୟରେ କବର ନେଉଥିବା ଦେଖିବାକୁ ମିଳିଛି। ନିକଟରେ ଅନେକ ହାତୀ ଦାନ୍ତ ଏବଂ ଅନ୍ୟାନ୍ୟ ଜଙ୍ଗଲି ଜନ୍ତୁଙ୍କର ଅଙ୍ଗ ତସ୍କର ଖବର ଆସିବା ପରେ ଏବେ ଜଙ୍ଗଲରେ ନିୟୋଜିତ ଥିବା ବନ ଅଧିକାରୀ ପ୍ରଶ୍ନ ଘେରରେ।

Leave a Reply

Your email address will not be published.