କେନ୍ଦ୍ରାପଡ଼ା: ବର୍ଷା ପ୍ରିୟଦର୍ଶିନୀ ସାଂସଦ ଅନୁଭବ ମହାନ୍ତିଙ୍କ ଛାଡପତ୍ର ମାମଲା ଚର୍ଚ୍ଚାକୁ ଆସିବା ପରେ କେନ୍ଦ୍ରାପଡାରେ ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନୁଭବଙ୍କ କୁଶପୁତ୍ତଳିକା ତିନିମୁହାଁଣି ଛକ ଠାରେ ବିଜେପି ପକ୍ଷରୁ ଦାହ କରାଯାଇଛି । ଅନୁଭବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଜେପି ପକ୍ଷରୁ ଦାବି କରାଯାଇଛି । ତେବେ ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଲେ ବିଜେପି ରାଜରାସ୍ତାକୁ ବାହାରିବ ବୋଲି ଜିଲ୍ଲା ବିଜେପି ସଭାପତି କିଶୋର ଚନ୍ଦ୍ର ପଣ୍ଡା ଚେତାବନୀ ଦେଇଛନ୍ତି ।