ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ବିଦ୍ୟୁତର ସଦବ୍ୟବହାର ଓ ବିଦ୍ୟୁତ ସଞ୍ଚୟ ନେଇ ପ୍ରତ୍ୟେକ ଜନସାଧାରଣ ସଚେତନ ହେଲେ, ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟ କରାଯାଇ ପାରିବ ବୋଲି କଟକ ଜିଲ୍ଲା ପାଳ ଡକ୍ଟର ଭବାନୀ ଶଙ୍କର ଚୟନି କହିଛନ୍ତି । କଟକ ଜିଲ୍ଲା ଆଠ ଗଡ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ଏବଂ ଏନ୍ ଟି ପି ସି,ଓ ପି ଟି ସି ଏଲ,ଟି ପି ସି ଓ ଡି ଏଲ ମିଳିତ ସହଯୋଗରେ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ ପାୱାର ଆଟ ଦରେଟ୨୦୪୭ ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ କୃଷି ଓ ମତ୍ସ୍ୟ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

ଯୋଗ ଦେଇ ଆଜିର ସମୟରେ ବିଜୁଳି ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇ ପଡ଼ିଛି । ଅତୀତରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ଉପଭୋକ୍ତାମାନଙ୍କ ସହ ସୁସମନ୍ୱୟ ଓ ସୁସମ୍ପର୍କ ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଥିଲେ । ପିଡି ଡି ଆର ଡିଏ ଅମ୍ବୁଜ କର, ଉପ-ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ, ନୋଡାଲ ଅଧିକାରୀ ସଞ୍ଜୟ କୁମାର ବେହେରା, ଓପିଟିସିଏଲ ର ଜି ଏମ ଶ୍ରୀମନ୍ତ ସାହୁ, ଡିଜିଏମ ମନୋରଞ୍ଜନ ମହାନ୍ତି,ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ସଚେତନ ହୋଇ ବିଜୁଳିର ସୁରକ୍ଷା ଓ ଶକ୍ତି ସଂରକ୍ଷଣ, ଅକ୍ଷୟ ଶକ୍ତିର ବିକାଶ,ଉପଭୋକ୍ତାଙ୍କ ଅଧିକାର ବିଷୟରେ ଆଲୋକ ପାତ କରିବା ସହିତ ବିଦ୍ୟୁତ ବିଭାଗ ସଠିକ ସେବା ଯୋଗାଇବା ସହ ରକ୍ଷଣା ବେକ୍ଷଣ ଠିକ୍ ଭାବେ ସମ୍ପାଦନ କରିବା, ଉପଭୋକ୍ତାମାନେ ସଠିକ ସମୟରେ ଦେୟ ପ୍ରଦାନ ଓ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଏନ୍ ଟି ପି ସି ର ଏଜିଏମ ଅଞ୍ଜନ କୁମାର କମିଲା ଯୋଗ ଦେଇ ବିଦ୍ୟୁତର ସଦୁପଯୋଗ, ସୁରକ୍ଷା ଓ ବିଭାଗର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଉପଭୋକ୍ତାମାନେ ବିଦ୍ୟୁତ ସଂସ୍କାର ସମ୍ପର୍କରେ ବିବିଧ ମତାମତ ପ୍ରଦାନ କରିଥିଲେ । ଶକ୍ତି କ୍ଷେତ୍ରରେ ସଚେତନତା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର, ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published.