କର୍କଟକୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ: ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା

କଟକ,(ନାଗରାଜ ନ୍ୟୁଜ): ଦେଶରେ ବଢ଼ି ଚାଲୁଛି କର୍କଟ ରୋଗୀଙ୍କ ସଂଖ୍ୟା । ବର୍ଷକୁ ପ୍ରାୟେ 11ଲକ୍ଷ ରୁ 12ଲକ୍ଷ ଲୋକ କର୍କଟ ରୋଗ ରେ ଆକ୍ରାନ୍ତ ହେଉଛନ୍ତି । ଆମ ରାଜ୍ୟରେ ବର୍ଷକୁ  70ରୁ 80ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପୁରୁଷଙ୍କ ଅପେକ୍ଷା ମହିଳା ଏହି ରୋ ର ଶିକାର ହେଉଛନ୍ତି । ପ୍ରାୟ 14%ମହିଳା ସ୍ତନ କର୍କଟ ରୋଗ ରେ ଆକ୍ରାନ୍ତ ହେଉଛନ୍ତି । ଗତବର୍ଷ ୧ଲକ୍ଷ ୬୫ହଜାର ମହିଳା ସ୍ତନ କର୍କଟ ରେ ଆକ୍ରାନ୍ତ ହୋଇଥିଲେ । ତେବେ ଏ ନେଇ ସୁଚନା ଦେଉଛନ୍ତି ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା । ତେବେ ଏହାକୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି । ଆଗକୁ ଏହା ଅପେକ୍ଷା ଆହୁରି ସଂଖ୍ୟା ବଢିପାରେ ବୋଲି କହିଛନ୍ତି ।

Leave a Reply

Your email address will not be published.