ସରିଲା ସମବାୟ ସମିତିର ସଭାପତି ଓ ଉପ-ସଭାପତି ନିର୍ବାଚନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ସମବାୟ ସମିତିର ସଭାପତି ଓ ଉପ- ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ମେଣ୍ଟ ପ୍ରାର୍ଥୀ ସଂଜୀବ ମହାନ୍ତି ଓ ଉପ-ସଭାପତି ଭାବେ ରାଜସ୍ମିତା ପରିଡା ନିର୍ବାଚିତ ହୋଇଛନ୍ତି । ସଂଜୀବ ମହାନ୍ତିଙ୍କୁ ୧୫ରୁ ୯ ଟି ଭୋଟ ମିଳିଥିବା ବେଳେ ରାଜସ୍ମିତା ପରିଡା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିରେ ପାଉଁଶକୁଲି ସରପଞ୍ଚ ବିନ୍ଦୁବାଳା ସେନାପତି, ତାଡାଦା ସରପଞ୍ଚ ପ୍ରଭାତ କୁମାର ଦାସ, ସିଂଲା ସରପଞ୍ଚ ବିପିନ କୁମାର ବିଶ୍ଵାଳ, ସଂଗଠକ ଶିଶିର କୁମାର ସେନାପତି, ପଞ୍ଚାନନ ଦାସ, ନାରାୟଣ ଉପାଧ୍ୟାୟ ପ୍ରମୁଖ ନେତୃତ୍ୱ ନେଇଥିଲେ ।ଚାଷୀଙ୍କ ହକ ପାଇଁ ସଦା ସର୍ବଦା କାର୍ଯ୍ୟ କରିବେ ବୋଲି ନବ ନିର୍ବାଚିତ ସଭାପତି ଓ ଉପ-ସଭାପତି ପ୍ରତିଶ୍ରୁତି ଦେଇଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.