ହାତୀକୁ କିଏ ମାରିଲା ଗୁଳି, ପ୍ରଶ୍ନବାଚରେ ବନବିଭାଗ

କଟକ,(ନାଗରାଜ ନ୍ୟୁଜ): ହାତୀକୁ କିଏ ମାରିଲା ଗୁଳି । ଦାନ୍ତ ପାଇଁ ଦନ୍ତାକୁ କଳାଯାଇଥିଲାକି ଗୁଳି । ନା ଫସଲକୁ ବଞ୍ଚାଇବା ପାଇଁ ହାତୀକୁ ୬ ଟା ଗୁଳି ମରାଯାଇଥିଲା । ଏବେ ଏମିତି ଅନେକ ପ୍ରଶ୍ନବାଚୀ ବନବିଭାଗ ପାଇଁ ଠିଆ କରିଛି । ଏହି ଆଠଗଡ଼ ବନଖଣ୍ଡ ନରସିଂହପୁର ବାଇସିଙ୍ଗା ଅଞ୍ଚଳରେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ କିଛି ଲୋକଙ୍କୁ ଅଟକ ରଖ ପଚରାଉଚରା କରୁଛି ବନବିଭାଗ । କେଉଁଠି ବାଜିଛି ଗୁଳି , ନରସିଂହପୁର ରେ ନା ସାତକୋଶିଆ ର ତାର ତଦନ୍ତ ଚଳାଈଛି ବନବିଭାଗ। ଆଠଗଡ ବନଖଣ୍ଡ ନରସିଂହପୁର ଅଞ୍ଚଳରେ ଶିକାରୀଙ୍କ ପାଖରେ ବନ୍ଧୁକ ଥିବା ଜାଣିଥିଲେ ବୋଲି DFO କହିଛନ୍ତି। ତେବେ ଆଗୁଆ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ବନବିଭାଗ । ତଦନ୍ତ ପରେ ପୁରା ସ୍ପଷ୍ଟ ଚିତ୍ର ଆସିବ ବୋଲି ସୂଚନା ଦେଲେ ଆଠଗଡ ଡିଏଫୋଓ ଗୋପିନାଥ ସୁଦର୍ଶନ ଯାଦବ ।

Leave a Reply

Your email address will not be published.