ଅନ୍ନପୂର୍ଣ୍ଣା ଥିଏଟରରେ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମାନ ସମାରୋହ ୨୦୨୨ ଆୟୋଜିତ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ବଡ ଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ରବିବାର ସନ୍ଧ୍ୟା ୭ଘଟିକା ସମୟରେ ରଙ୍ଗା ରଙ୍ଗ କଲ୍ଚରାଲ ଏକାଡେମୀ ଓ ରୁଦ୍ରାଣୀ ପ୍ରଡକ୍ସନ ଦ୍ଵାରା ଅଞ୍ଜଳି ରଥ ସମ୍ମାନ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି ।ଉକ୍ତ ଉତ୍ସବ କୁ ପୁରୀ ର ମାନ୍ୟବର ଶ୍ରୀଯୁକ୍ତ ଦିବାକର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓ ବିଜୁ ଛାତ୍ର ଜନତା ସଭାପତି ରାକେଶ ରଥ , ଯୁବ ନେତା ଅରୁଣ ମିଶ୍ର,ଶେଷଦେବ ମିଶ୍ର ଓ ବରିଷ୍ଠ ଶିକ୍ଷୟତ୍ରୀ ଅଞ୍ଜଳି ରଥ,ମିନତି ନାୟକ ,ବନିତା ବାରିକ୍, ରେଶ୍ମା ପଣ୍ଡା ମହାପ୍ରଭୁ ଜଗନ୍ନାଥ ନିକଟରେ ପ୍ରଦୀପ ପଯୋଳନ କରିଥିଲେ । ଏହି ଉତ୍ସବ ରେ ପୋଲିସ ଲାଇନ୍ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିଲେ । ଓ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମାନୀତ ହୋଇଥିଲେ । ଉକ୍ତ ସଭା ଟିକୁ ପରିଚାଳନା କରିଥିଲେ ଲଲାଟେନ୍ଦୁ ମିଶ୍ର,ଭାଗ୍ୟଶ୍ରୀ ପଟ୍ଟନାୟକ,ଅର୍ପିତା ନାୟକ,କଳ୍ପନା ମୁଦୁଲି,କଲ୍ୟାଣୀ ସାହୁ,ମଧୁସ୍ମିତା ପଟ୍ଟନାୟକ,ଅମନ୍ କୁମାର ରାଉତ, ସୁଭଲକ୍ଷ୍ମୀ ମହାରଣା ,ବନ୍ଦନା ବେହେରା,ଆଦି ମଞ୍ଚ କୁ ପରିଚାଳନା କରିଥିଲେ । ଏବଂ ବରିଷ୍ଠ ସାମ୍ୱାଦିକ ସମ୍ମାନ ଲକ୍ଷ୍ମଣ ପଣ୍ଡା ଙ୍କୁ କରାଯାଇଥିଲା । ଶେଷରେ ରଙ୍ଗା ରଙ୍ଗ ଗ୍ରୁପ୍ ର ସମ୍ପାଦକ ସନ୍ତୋଷ କୁମାର ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.