ତ୍ରିଲୋଚନ କାନୁନଗୋଙ୍କୁ ଭେଟିଲେ ମେୟର ସୁବାସ ସିଂହ, ଦୀର୍ଘ ସମୟ ଧରି କଟକ ସମସ୍ୟା ସମ୍ପର୍କରେ ଆଲୋଚନା

କଟକ, (ନାଗରାଜ ନ୍ୟୁଜ): ଗତକାଲି ମେୟର ସୁବାସ ସିଂହ ପୂର୍ବତନ ସାଂସଦ, କଟକ ମୁନସିପାଲିଟି ପୂର୍ବତନ ଅଧକ୍ଷ ଶ୍ରୀ ତ୍ରିଲୋଚନ କାନୁନଗୋ ଙ୍କୁ ସାକ୍ଷାତ କରି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ I ବିଶେଷ କରି ଡ୍ରେନ ଵେବସ୍ତା , ବର୍ଜ୍ୟବସ୍ତୁ ପରିଚାଳନା , ପୋଖରୀ, ଝୀଲ ର ରକ୍ଷଣା ବେକ୍ଷଣା , ମଶା , ଡେଙ୍ଗୁ ଙ୍କୁ ମୁକାବିଲା , ମଶା ତେଲ ର ପରିଚାଳନା କିପରି ସଠିକ ଭାବରେ କରାଯାଇପାରିବ ତାହାର ପରାମର୍ଶ ଲୋଡ଼ିଥିଲେI ସେହି ଭଳି ଲାଇବ୍ରେରୀ ଗୁଡିକ ର ରକ୍ଷଣା ବେକ୍ଷଣା ଓ ପରିଚାଳନା କୁ କିପରି ଉଚ୍ଚକୋଟୀର କରାଯାଇ ପାରିବ ତାହାର ମଧ୍ୟ ପରାମର୍ଶ ଲୋଡ଼ିଥିଲେ I

ତ୍ରିଲୋଚନ କାନୁନଗୋ ଙ୍କ ଏକ ବଡ ଅଭିଜ୍ଞତା ରହିଛି ଏହି ସମସ୍ୟା ସହିତ ପରିଚାଳନାରେ ରହିଛି I ଏହାକୁ ଆଧାର କରି କଟକ ମୁଉନସିପାଲ କର୍ପୋରେସନ କୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ ଓ ସମସ୍ୟା ଗୁଡିକୁ ମୁକାବିଲା କରାଯାଇପାରିବ ସେଠି ପାଇଁ କଟକ ମେୟର ଶ୍ରୀ ସୁବାସ ସିଂହ ସବୁ ବର୍ଗର ବୁଦ୍ଧିଜୀବୀ ଓ ଅଭିଜ୍ଞ ବ୍ୟକ୍ତି ବିଶେଷ ଙ୍କ ପରାମର୍ଶ ଲୋଡୁଛନ୍ତି I

Leave a Reply

Your email address will not be published.