ଖଣି ଗଣ୍ଡଗୋଳରେ ପୁଣି ୫ଗିରଫ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ GSW ଖଣି ଗଣ୍ଡଗୋଳ ରେ ପୋଲିସ ଆଜି ଆହୁରି ପାଞ୍ଚଜଣକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନେ ହେଲେ, ଏମ୍ ଡି ପରବେଜ୍, ଏମ୍ ଡି ରେବାନି, ଏମ୍ ଡି ଆବେଜ, ଏମ୍ ଡି ସନ୍ନଉଲା, ଏବଂ ଏମ୍ ଡି ହବିବୁଲ୍ଲା । ସୂଚନାଯୋଗ୍ୟଯେ, ଖତକୁରବାହାଲ GSW ଖଣିରେ ବ୍ଳାଷ୍ଟିଙ୍ଗ କୁ ନେଇ ଗ୍ରାମର କିଛି ଯୁବକ ବିରୋଧ କରିବା ସହିତ ଗଣ୍ଡଗୋଳ କରିଥିବା ନେଇ କମ୍ପାନୀ ଥାନାରେ ଏତଲା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ୯ ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏହି ଗିରଫ କୁ ନେଇ ଗ୍ରାମରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.