ମୋ ବସ୍ ଦୁର୍ଘଟଣାରେ ଦାଦନ ଶ୍ରମିକ ଆହତ, ରାଜଧାନୀରେ ଧାଡି ହୋଇ ଛିଡା ହେଲା ମୋ ବସ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଆଜି ସକାଳ ୮ ସମୟରେ ନାନ୍ଦନକାନନ ରୋଡ଼ରେ ଏକ ଦୁର୍ଘଟଣା ଘଟିଛି । ମୋ ବସ ଜଣେ ଦାଦନ ଶ୍ରମିକଙ୍କୁ ଧକ୍କା ଦେଇଥିବା ଜଣାଯାଇଛି । ଧକ୍କା ଦେଇ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ଲୋକେ ବସ୍ କୁ ଅଟାକାଇଥିଲେ । କାନ ଧରି ଭୁଲ ମାଗିଲେ ଯିବାକୁ ଦେବୁ ବୋଲି କହିଥିଲେ । ଖବର ପାଇଁ ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିଛନ୍ତିି । ଅନ୍ୟପଟେ ଲୋକମାନେ ଜିଦ୍ ରେ ଅଟକ ଥିଲେ । କାନ ଧରି ଭୁଲ ମାଗିଲେ ଯିବାକୁ ଦେବୁ ବୋଲି କହିଥିଲେ । ଏଥିପାଇଁ ସେହି ରୁଟ୍ ଚାଲୁଥିବା ସମସ୍ତ ମୋ ବସ୍ କୁ ଅଟକାଇଥିଲେ । କାହୁକୁ ବି ଯିବାକୁ ଦେଇନଥିଲେ । ଅନ୍ୟପଟେ ଆହତ ଦାଦନ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଛି ।

Leave a Reply

Your email address will not be published.